ରାମ ନବମୀ ଦିନଟି ହୋଇଥାଏ ଅତ୍ୟନ୍ତ ସ୍ୱତନ୍ତ୍ର, ଜାଣନ୍ତୁ ଏହା ସହ ଜଡିତ କିଛି ରୋଚକ ତଥ୍ୟ

ଚଳିତ ବର୍ଷ ୧୭ ଏପ୍ରିଲ ବୁଧବାର ଦିନ ରାମ ନବମୀ ପାଳନ କରାଯିବ । ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନର ମହତ୍ତ୍ୱ ଏବଂ ଏହି ଦିନ ପୂଜା ପାଇଁ ଥିବା ଶୁଭ ସମୟ ବିଷୟରେ ।

ଚଳିତ ବର୍ଷ ୧୭ ଏପ୍ରିଲ ବୁଧବାର ଦିନ ରାମ ନବମୀ ପାଳନ କରାଯିବ । ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନର ମହତ୍ତ୍ୱ ଏବଂ ଏହି ଦିନ ପୂଜା ପାଇଁ ଥିବା ଶୁଭ ସମୟ ବିଷୟରେ । ରାମ ନବମୀ ଦିନଟି ଏକ ବିଶେଷ ଦିନ । ରାମ ନବମୀ ପର୍ବ ଚୈତ୍ର ମାସର ଶୁକ୍ଲ ପକ୍ଷର ନବମୀ ଦିନରେ ପାଳନ କରାଯାଏ । ଏହି ଦିନ ଭଗବାନ ଶ୍ରୀ ରାମଙ୍କ ଜନ୍ମ ବାର୍ଷିକୀ ଭାବରେ ପାଳନ କରାଯାଏ । ଭଗବାନ ଶ୍ରୀ ରାମ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ଥିଲେ ।

ସେହି ସମୟରେ ରାବଣର ଅତ୍ୟାଚାର ଯୋଗୁଁ ସମଗ୍ର ଜନସାଧାରଣ ଅସୁବିଧାରେ ପଡ଼ିଥିଲେ । ଅନ୍ୟପଟେ ରାବଣ ବ୍ରହ୍ମା ଜୀଙ୍କୁ ଅମର ହେବାର ବର ମାଗିଥିଲେ । ଟେଣୁ ରାବଣର ଅତ୍ୟାଚାରରେ ଅସୁବିଧା ଭୋଗୁଥିବା ଲୋକମାନେ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଥିଲେ । ତେଣୁ ଭଗବାନ ବିଷ୍ଣୁ ରାବଣର ବିନାଶ ପାଇଁ ଧରାପୃଷ୍ଠରେ ଅବତରଣ କରିଥିଲେ ।

ସ୍ୱାମୀ ତୁଲସୀଦାସ ମଧ୍ୟ ରାମ ନବମୀ ଦିନ ରାମଚରିତ ମାନସ ରଚନା ଆରମ୍ଭ କରିଥିଲେ । ସେଥିପାଇଁ ମଧ୍ୟ ଏହି ଦିନଟି ବିଶେଷ ଅଟେ । ରାମ ନବମୀ ଦିନ ଅନେକ ଲୋକମାନେ ଉପବାସ ମଧ୍ୟ କରିଥାନ୍ତି । ଏହା ନବରାତ୍ରିର ଶେଷ ଦିନ ହୋଇଥାଏ । ଏହି କାରଣରୁ ହିନ୍ଦୁ ମାନଙ୍କ ପର୍ବରେ ରାମ ନବମୀର ବିଶେଷ ମହତ୍ତ୍ୱ ରହିଥାଏ । ବିଶ୍ୱରେ ରାମ ନବମୀ ପର୍ବକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଥାଏ ।

କିନ୍ତୁ ଉତ୍ତର ଭାରତର ଅଯୋଧ୍ୟରେ ବିଶେଷ ରୂପେ ଏହି ପର୍ବର ଆୟୋଜନ କରାଯାଇଥାଏ । ରାମ ନବମୀ ଦିନ ଶୁଭ ମୁହୂର୍ତ୍ତର ସମୟ ସକାଳ ୧୧.୦୩ ରୁ ଅପରାହ୍ନ ୧.୩୮ ପର୍ଯ୍ୟନ୍ତ ହେବ । ଯାହାର ସମୁଦାୟ ଅବଧି ୨.୩୫ ମିନିଟ୍ ହେବ। ରାମ ନବମୀ ଦିନ ଭକ୍ତମାନେ ଅତି ଶ୍ରଦ୍ଧା ଓ ଭକ୍ତିର ସହକାରେ ରାମାୟଣ ପାଠ କରନ୍ତି ।

ଏହା ସହ ଏହିଦିନ ଅନେକ ସ୍ଥାନରେ ଭଜନ କୀର୍ତ୍ତନର ଆୟୋଜନ ମଧ୍ୟ କରାଯାଏ । ଏହି ଦିନ ଭଗବାନ ରାମଙ୍କ ପ୍ରତିମାକୁ ଫୁଲମାଳ ଆଦି ସଜାଯାଇ ପୂଜାର୍ଚନା କରି ସ୍ଥାପିତ କରନ୍ତି । ପ୍ରଭୁ ରାମଙ୍କ ଜନ୍ମଦିନ ହେତୁ ତାଙ୍କ ପ୍ରତିମାକୁ ଦୋଳିରେ ମଧ୍ୟ ଝୁଲାଯାଏ । ଭାରତୀୟମାନେ ଏହି ଦିନଟିକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.