ଧୋନି ଛୋଟେଇ ଛୋଟେଇ ଚାଲୁଥିବା ଦେଖି ହାତ ଧରିଦେଲେ ରାଇନା, ଭିଡିଓ ଭାଇରଲ

ଧୋନି ବସ୍‌କୁ ଯାଉଥିବା ବେଳେ ଛୋଟେଇ ଛୋଟେଇ ଚାଲୁଥିବାର ନଜର ଆସିଛନ୍ତି । ଆଉ ସିଡିରୁ ଓହ୍ଲାଇବା ପାଇଁ ସୁରେଶ ରାଇନା ତାଙ୍କ ହାତ ଧରୁଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ।

ମହେନ୍ଦ୍ର ସିଂ ଧୋନି ଆଇପିଏଲ୍‌ ୨୦୨୪ରେ ମଇଦାନରେ ବ୍ୟାଟିଂ ଏବଂ ଓ୍ଵିକେଟକିପିଂରେ କମାଲ କରୁଛନ୍ତି । ଧୋନିଙ୍କୁ ଦେଖି ଲାଗୁନି କି କୌଣସି ସମସ୍ୟାରେ ରହିଛନ୍ତି ବୋଲି । କିନ୍ତୁ ଚେନ୍ନାଇ ସୁପରକିଙ୍ଗସର ପ୍ରତ୍ୟେକ ମ୍ୟାଚ ପରେ ଧୋନି ଛୋଟେଇ ଛୋଟେଇ ଚାଲୁଥିବାର ନଜର ଆସିଛନ୍ତି ।

୧୪ ଏପ୍ରିଲରେ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚର ଶେଷ ଓଭରରେ ଶେଷ ୪ଟି ବଲରେ ଧୋନି ୩ଟି ଛକା ଏବଂ ୨ ରନ୍‌ କରିଥିଲେ । ମାତ୍ର ୪ଟି ବଲରେ ୨୦ ରନ୍‌ କରି ଅପରାଜିତ ଥିଲେ । ଯେଉଁଥି ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଜିତୁଥିବା ମ୍ୟାଚ ହାରିଯାଇଥିଲା । ଏହାପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଧୋନି ବସ୍‌କୁ ଯାଉଥିବା ବେଳେ ଛୋଟେଇ ଛୋଟେଇ ଚାଲୁଥିବାର ନଜର ଆସିଛନ୍ତି । ଆଉ ସିଡିରୁ ଓହ୍ଲାଇବା ପାଇଁ ସୁରେଶ ରାଇନା ତାଙ୍କ ହାତ ଧରୁଛନ୍ତି ।

ସୁରେଶ ରାଇନା ଏବଂ ଧୋନିଙ୍କ ବନ୍ଧୁତା ବହୁ ପୁରୁଣା । ଧୋନି ଏବଂ ରାଇନା ଏକାସାଙ୍ଗରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଯାହାର ପ୍ରମାଣ ଭିଡିଓରେ ଦେଖିବାକୁ ମିଳିଛି ।

ଧୋନି ଆଇପିଏଲ ୨୦୨୩ ପରେ ଆଣ୍ଠୁ ସର୍ଜରୀ କରିଥିଲେ । ଏହାପୂର୍ବରୁ ଅନେକ ମ୍ୟାଚରେ ଆଣ୍ଠୁରେ ବ୍ୟାଣ୍ଡେଜ ବାନ୍ଧି ଧୋନି ଖେଳୁଥିବାର ନଜର ଆସିଥିଲେ । ଆଇପିଏଲ ୨୦୨୩ ଟାଇଟଲ ଜିତିବା ପରେ ୨୦୨୪ ଆଇପିଏଲ ଖେଳିବେ ନା ନାହିଁ ତାହାକୁ ନେଇ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ରହିଥିଲେ । କିନ୍ତୁ ୨୦୨୪ରେ ଆଇପିଏଲ ଖେଳିବେ ବୋଲି ଫ୍ୟାନ୍ସଙ୍କୁ ଧୋନି କହିଥିଲେ ।

ତେବେ ରାଇନା ମିଷ୍ଟର ଆଇପିଏଲ ନାମରେ ବେଶ ପରିଚିତ । ଚେନ୍ନାଇ ସୁପରକିଙ୍ଗସ ପାଇଁ ଅନେକ ମ୍ୟାଚ ଖେଳିଛନ୍ତି । ସିଏସକେ ଫ୍ୟାନ୍ସ ଧୋନିଙ୍କୁ ଥାଲା କହୁଥିବା ବେଳେ ସୁରେଶ ରାଇନାଙ୍କୁ ଚିନ୍ନା ଥାଲା କୁହନ୍ତି । ତେବେ ଧୋନି ଏଥର ପ୍ରଥମ ଥର ନୁହେଁ ପ୍ରତ୍ୟେକ ମ୍ୟାଚ ପରେ ଏମିତି ଚାଲୁଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଚିନ୍ତାରେ ପଡିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.