ବହିଷ୍କାର ପରେ କଂଗ୍ରେସ ପାଇଁ ଆଉ ପ୍ରଚାର କରିବି ନାହିଁ ବୋଲି କହିଲେ ସୁର

କଂଗ୍ରେସ ପାଇଁ ଆଉ ପ୍ରଚାର କରିବି ନାହିଁ । ସାନ ପୁଅ ମନ୍ମଥ ରାଉତରାୟ ପାଇଁ ପ୍ରଚାର କରିବି । ଏହା କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ ।

ଭୁବନେଶ୍ୱର : କଂଗ୍ରେସ ପାଇଁ ଆଉ ପ୍ରଚାର କରିବି ନାହିଁ । ସାନ ପୁଅ ମନ୍ମଥ ରାଉତରାୟ ପାଇଁ ପ୍ରଚାର କରିବି । ଏହା କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ୬ ବର୍ଷ ପାଇଁ ବହିଷ୍କୃତ କରିଥିବା ବେଳେ ସେ ଦଳ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଁ ୬ ଦଶନ୍ଧି ଧରି କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଛି ।

ବହିଷ୍କାର ପ୍ରସଙ୍ଗରେ ସୋନିଆ, ରାହୁଲ ଏବଂ ମଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ଚିଠି ଲେଖିଛି । ମୁଁ କୌଣସି ଅନ୍ୟ ଦଳର ପ୍ରଚାରକୁ ଯାଇନାହିଁ । କାହାର ସିମ୍ବଲ ଧରିନାହିଁ । ମୋ ସାନ ପୁଅକୁ ବିଜେଡି ଟିକେଟ ଦେଲା ସେଥିରେ ମୋର ଦୋଷ କଣ ରହିଲା । କେବଳ ଈର୍ଷ୍ବାନ୍ବିତ ହୋଇ ମୋ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୁର କହିଛନ୍ତି ।

ମୁଁ ଦଳରେ ୫୫ ବର୍ଷ ହେବ ରହିଛି । ଯିଏ ମୋ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସିଏ କଂଗ୍ରେସରେ କେତେ ବର୍ଷ ହେବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁର । ମୋତେ କଂଗ୍ରେସ ଦଳ ଗୋଇଠା ମାରିଛି ଦଳ ପାଇଁ ଆଉ ପ୍ରଚାର କରିବି ନାହିଁ । ମୋ ସାନ ପୁଅ ମନ୍ମଥ ରାଉତରାୟ ପାଇଁ ପ୍ରଚାର କରିବି ବୋଲି ସୁର ରାଉତରାୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.