ଭୂତ ଖୋଜିବାକୁ ଶୂନଶାନ୍‌ ଚର୍ଚ୍ଚ ଯାଇଥିଲେ ଯୁବତୀ, TikTok ଚ୍ୟାଲେଞ୍ଜ ନେଇଗଲା ଜୀବନ ! ମୃତଦେହ ଦେଖି ଥରିଉଠିଲା ପୋଲିସ

ନିକଟରେ ଟିକ୍‌ଟକର ଏକ ଚ୍ୟାଲେଞ୍ଜ ପୂରଣ କରିବାକୁ ଚେଷ୍ଟା କରୁଥିବା ବେଳେ ୨୨ ବର୍ଷୀୟା ଯୁବତୀଙ୍କ ସହ ଏପରି କିଛି ଘଟିଥିଲା, ଯାହା ଜାଣିବା ପରେ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା ।

ଟିକ୍‌ଟକ୍‌ର ନିଶା ଏତେ ଯେ ଆଜିକାଲି ଯୁବପିଢ଼ି ଏହା ମୋହରେ ପଡ଼ି କିଛି ବି କରିବାକୁ ପଛାଉ ନାହାନ୍ତି । ନିକଟରେ ଟିକ୍‌ଟକର ଏକ ଚ୍ୟାଲେଞ୍ଜ ପୂରଣ କରିବାକୁ ଚେଷ୍ଟା କରୁଥିବା ବେଳେ ୨୨ ବର୍ଷୀୟା ଯୁବତୀଙ୍କ ସହ ଏପରି କିଛି ଘଟିଥିଲା, ଯାହା ଜାଣିବା ପରେ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା । କୁହାଯାଉଛି ଯେ ଏହି ଯୁବତୀ ଚ୍ୟାଲେଞ୍ଜକୁ ଗ୍ରହଣ କରି ରାତିରେ ଏକ ଶୂନଶାନ ଚର୍ଚ୍ଚ ଭିତରକୁ ଯାଇଥିଲେ । ହେଲେ ପରଦିନ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା ।

ଶରୀରରେ ଗୁଳିର ଆଘାତ ଚିହ୍ନ ଏବଂ ତୀକ୍ଷ୍ଣ ଛୁରୀରେ ଆକ୍ରମଣର ଚିହ୍ନ ରହିଥିଲା । ମୃତଦେହର ଅବସ୍ଥା ଏପରି ଥିଲା ଯେ ପୋଲିସ ଦେଖିବା ପରେ ଭୟଭୀତ ହୋଇପଡିଥିଲା ।

ନ୍ୟୁୟର୍କ ପୋଷ୍ଟ ଇଟାଲିର ଖବରକାଗଜ ‘Il Gazzettino’ର ଏକ ରିପୋର୍ଟକୁ ଦର୍ଶାଇ କହିଛି ଯେ ଫ୍ରାନ୍ସର ଯୁବତୀ ଓରିୟନ୍ ନଥାଲି ଲାଇସେନ୍ ଟିକ୍‌ଟକର ‘ଘୋଷ୍ଟ୍‍ ହଣ୍ଟିଙ୍ଗ୍‌’ ଚ୍ୟାଲେଞ୍ଜରେ ଭାଗ ନେଇଥିବା ପୋଲିସ ସନ୍ଦେହ କରୁଛି । ଯେଉଁ ଚର୍ଚ୍ଚରେ ତାଙ୍କର ମୃତଦେହ ମିଳିଛି, ତାହା ବହୁତ ପୁରୁଣା ଏବଂ ବର୍ତ୍ତମାନ ଆଉ ବ୍ୟବହାର ହେଉ ନାହିଁ ।

ରିପୋର୍ଟ ଅନୁଯାୟୀ, ଓରିୟନ୍ ମୃତ୍ୟୁ ପୂର୍ବରୁ ନିଜର ୨୧ ବର୍ଷୀୟ ପ୍ରେମିକ ତେଇମା ସୋହେବଙ୍କ ବିରୋଧରେ ଘରୋଇ ହିଂସାର ମାମଲା ଦାୟର କରିଥିଲେ । କୋର୍ଟ ମଧ୍ୟ ତେଇମାଙ୍କୁ ଯୁବତୀଙ୍କଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏମିତିରେ ପୋଲିସ ସନ୍ଦେହ କରୁଛି ଯେ ଏହି ଚ୍ୟାଲେଞ୍ଜର ବାହାନା କରି ପ୍ରେମିକାକୁ ଏକ ନିଛାଟିଆ ସ୍ଥାନକୁ ଡାକି ପ୍ରେମିକ ତାଙ୍କୁ ହତ୍ୟା କରିଛନ୍ତି ।

ପ୍ରେମିକ ତେଇମାଙ୍କୁ ନେଇ ଇଟାଲି ପୋଲିସର ସନ୍ଦେହ ମଧ୍ୟ ଆହୁରି ବଢ଼ିଯାଇଛି । କାରଣ, ଅନୁସନ୍ଧାନ ବେଳେ ଜଣେ ସାକ୍ଷୀ କହିଛନ୍ତି ଯେ ସେ ଯୁବତୀଙ୍କୁ ଏକ ନିଛାଟିଆ ଚର୍ଚ୍ଚରେ ଜଣେ ଯୁବକଙ୍କ ସହିତ ଦେଖିଥିଲେ । ଦୁହେଁ ଭାମ୍ପାୟାର ପରି ପୋଷାକ ପିନ୍ଧିଥିଲେ । ସାକ୍ଷୀ ଏହା ମଧ୍ୟ କହିଛନ୍ତି କି, ଯୁବତୀ ଜଣେ ଚାଲୁଥିବା ଶବ ପରି ଦେଖାଯାଉଥିଲେ ।

ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି, ଯୁବତୀଙ୍କ ଶରୀରକୁ ଅନେକ ଥର ଛୁରୀରେ ଆକ୍ରମଣ କରାଯାଇଛି ଏବଂ ମୃତ୍ୟୁ ପରେ ତାଙ୍କ ଦେହ ଉପରକୁ ଗୁଳି ଚଳାଯାଇଛି । ତେବେ ପୋଲିସ ଜାଣିବାକୁ ଚେଷ୍ଟା କରୁଛି କି, ଏହା ନରବଳି କି ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.