ଖୁଚୁରା ନାହିଁ କହି ବସ୍‌ କଣ୍ଡକ୍ଟର ଫେରାଇଲେନି ୫ ଟଙ୍କା, ଯାତ୍ରୀ କରିଦେଲେ ଅଭିଯୋଗ

ଯଦି ଆପଣ ବସରେ ଯାତ୍ରା କରୁଥାନ୍ତି ଖୁଚୁରା ବଦଳରେ ବସ ଟିକେଟ ପଛରେ ଟଙ୍କା କେତେ ପାଇବ ଲେଖିଦିଅନ୍ତି ଏବଂ କେତେ ଥର ଟଙ୍କା ଫେରସ୍ତ ବି ମିଳିନଥାଏ ।

ଭାରତରେ ରହୁଥିବା ପ୍ରତିଟି ନାଗରିକ ଏହି ସମସ୍ୟାକୁ ନିଶ୍ଚୟ ଅଙ୍ଗେ ନିଭାଇଥିବେ ଯେତେବେଳେ ୧ ଟଙ୍କା, ୨ ଟଙ୍କା କିମ୍ବା ଖାସ କରି ୫ ଟଙ୍କା ଖୁଚୁରା ନଥାଏ ଆଉ ଦୋକାନୀ ଚକୋଲେଟ ଦେଇଦେଇଥାଏ । ଠିକ ସେହିପରି ଯଦି ଆପଣ ବସରେ ଯାତ୍ରା କରୁଥାନ୍ତି ଖୁଚୁରା ବଦଳରେ ବସ ଟିକେଟ ପଛରେ ଟଙ୍କା କେତେ ପାଇବ ଲେଖିଦିଅନ୍ତି ଏବଂ କେତେ ଥର ଟଙ୍କା ଫେରସ୍ତ ବି ମିଳିନଥାଏ । ଏଭଳି ସମସ୍ୟାକୁ ପ୍ରାୟତଃ ଲୋକ ନିଶ୍ଚୟ ସାମ୍ନା କରିଥିବେ । ତେଣିକି ତାହା ଦୋକାନରେ ହେଉ, ବସ୍‌ ଡ୍ରାଇଭରଙ୍କ ପାଖରେ ହେଉ ଅବା ଅଟୋ ଚାଳକଙ୍କ ପାଖରେ ହେଉ ଆପଣ ଖୁଚୁରା ମାଗିଲେ କେତେବେଳେ ତାଙ୍କ ପାଖରେ ନଥାଏ ତ ଆଉ କେତେବେଳେ ଖୁଚୁରା ଦେବାକୁ ଭୁଲି ଯାଆନ୍ତି । ଏହା ଏକ ଏମିତି ସମସ୍ୟା ଯାହାକୁ ଆମେ ସମସ୍ତେ ଭୋଗନ୍ତି । କିନ୍ତୁ ନିକଟରେ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଏଭଳି କରୁଥିବା ଜଣେ ବସ୍‌ କଣ୍ଡକ୍ଟରଙ୍କୁ ଭଲକି ପାନେ ଦେଇଛନ୍ତି । ବସ୍‌ କଣ୍ଡକ୍ଟର ୫ ଟଙ୍କା ଖୁଚୁରା ନାହିଁ କହି ଟଙ୍କା ଦେବାକୁ ମନା କରିବାରୁ ବ୍ୟକ୍ତି ଜଣଙ୍କ ଏଭଳି ପଦକ୍ଷେପ ନେଇଛନ୍ତି ।

ତେବେ ସେ ତାଙ୍କର ଏହି ଅଭିଜ୍ଞତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିଜର ୧୫ ଟଙ୍କାର ବିଏମଟିସି ବସ୍‌ ଟିକେଟର ଫଟୋ ପୋଷ୍ଟ କରିଛନ୍ତି । ସେ ଏକଦମ କ୍ରୋଧିତ ହୋଇଯାଏ କହିଛନ୍ତି ବସ୍‌ କଣ୍ଡକ୍ଟର ପାଖରେ ୧ ଟଙ୍କା ବି ଖୁଚୁରା ନଥିଲା ଯେ ସେ ମୋତେ ଫେରସ୍ତ କରିବେ । ଏହି କାରଣରୁ ୫ ଟଙ୍କା ଚାଲିଗଲା । କଣ ଏହି ସମସ୍ୟାର କିଛି ସମାଧାନ ଅଛି । ଏମିତି ତ ଟଙ୍କା ଅଧିକ ନୁହେଁ କିନ୍ତୁ ଅସଲ ସମସ୍ୟା ହେଉଛି ଯେ କଣ୍ଡକ୍ଟରମାନେ ବାରମ୍ବାର ଏମିତି କରୁଛନ୍ତି । ଆଉ ବାରମ୍ବାର ଏମିତି କରି କରି ସେମାନଙ୍କର ଅଭ୍ୟାସରେ ଏହା ପରିଣତ ହୋଇଯିବ । ଆଉ ଏମିତି କରି ସେମାନେ ଏକ୍ସଟ୍ରା ଟଙ୍କା ରୋଜଗାର କରୁଛନ୍ତି ।

ଆଉ ଏହି ସମସ୍ୟାର ନିହାତି ସମାଧାନ ହେବା ଦରକାର । ଏମିତି କରନ୍ତୁ ଯେ ସେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପାଖରେ ଖୁଚୁରା ପଇସା ରଖନ୍ତୁ ନଚେତ ଅନଲାଇନ୍‌ ପେମେଣ୍ଟ ପାଇଁ ଟେକ୍ନୋଲୋଜି ବ୍ୟବହାର କରନ୍ତୁ । କଣ ସବୁବେଳେ ମୋ ଟଙ୍କା ଏମିତି ପଳାଇବ ଓ କଣ୍ଡକ୍ଟର ଏହି ବାହାନାରେ ଅଳ୍ପ ବହୁତ ଟଙ୍କା କମାଉଥିବ । ତେବେ ନିତିନ୍‌ କ୍ରୀଷ୍ଣାଙ୍କର ଏହି ପୋଷ୍ଟ ପରେ ଲୋକମାନେ ନିଜ ନିଜର ମତ ସେୟାର କରୁଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତ କଣ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.