ୟୁଜର୍ସଙ୍କୁ ବଡ ଝଟକା ଦେଲେ ଏଲନ୍ ମସ୍କ, ଏବେ Xରେ ପୋଷ୍ଟ କରିବାକୁ ଦେବାକୁ ପଡିବ ଟଙ୍କା
ଏବେ X (ପୂର୍ବରୁ ଟ୍ୱିଟର) ୟୁଜର୍ସଙ୍କୁ ଯେକୌଣସି କଣ୍ଟେଣ୍ଟ ପୋଷ୍ଟ କରିବାକୁ ଟଙ୍କା ଦେବାକୁ ପଡିବ । ଏକ୍ସ, ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି କଣ୍ଟେଣ୍ଟ ପୋଷ୍ଟ କରିବା ପାଇଁ ୟୁଜର୍ସମାନଙ୍କ ଉପରେ କିଛି ଶୁଳ୍କ ଲାଗୁ କରାଯିବା ଉଚିତ ।
ଏଲନ୍ ମସ୍କ ପୁଣି ଥରେ ଏକ ବଡ ପ୍ରସ୍ତୁତି କରୁଛନ୍ତି । ଏବେ X (ପୂର୍ବରୁ ଟ୍ୱିଟର) ୟୁଜର୍ସଙ୍କୁ ଯେକୌଣସି କଣ୍ଟେଣ୍ଟ ପୋଷ୍ଟ କରିବାକୁ ଟଙ୍କା ଦେବାକୁ ପଡିବ । ଏକ୍ସ, ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି କଣ୍ଟେଣ୍ଟ ପୋଷ୍ଟ କରିବା ପାଇଁ ୟୁଜର୍ସମାନଙ୍କ ଉପରେ କିଛି ଶୁଳ୍କ ଲାଗୁ କରାଯିବା ଉଚିତ । ଏହାପୂର୍ବରୁ, ମସ୍କ ଏକ ବଡ ପରିବର୍ତ୍ତନ କରିଥିଲେ ଏବଂ ୟୁଜର୍ସଙ୍କୁ X ରେ ଭ୍ୟାରିଫାଏଡ ତଥା ବ୍ଲୁ ଟିକ୍ ପାଇଁ ସବସ୍କ୍ରିପ୍ସନ ନେବାକୁ କହିଥିଲେ ।
ମସ୍କ କହିଛନ୍ତି ଯେ ଆମେ କଣ୍ଟେଣ୍ଟ ପୋଷ୍ଟ କରିବା ପାଇଁ କେବଳ ନୂଆ ୟୁଜର୍ସଙ୍କୁ ଚାର୍ଜ କରିବା ଦ୍ୱାରା ଫେକ୍ ଆକାଉଣ୍ଟରୁ ମୁକ୍ତି ପାଇପାରିବା । ମସ୍କ ତାଙ୍କ ଅଫିସିଆଲ X ଆକାଉଣ୍ଟରୁ ପୋଷ୍ଟ କରି କହିଛନ୍ତି AI କେବେଳ ନୂଆ ୟୁଜର୍ସଙ୍କୁ ‘Ary you a bot’ ପଚାରିଥାଏ ଯାହାକୁ ବାୟପାସ କରିବା ଖୁବ ସହଜ । ଟେସଲା ସିଇଓ ଆହୁରି ମଧ୍ୟ କହିଛନ୍ତି ଯେ ନକଲି ଏବଂ ବଟ୍ ଆକାଉଣ୍ଟ୍ ହେତୁ ଉପଲବ୍ଧ ନେମସ୍ପେସ ମଧ୍ୟ ଭରିଯାଏ, ଯେଉଁଥିପାଇଁ ଅନେକ ଭଲ ହ୍ୟାଣ୍ଡଲ୍ ଖାଲି ରହିନଥାଏ । ଏଲନ୍ ମସ୍କ କହିଛନ୍ତି ଯେ X ରେ ନୂଆ ୟୁଜର୍ସମାନେ କଣ୍ଟେଣ୍ଟ ପୋଷ୍ଟ କରିବା ପାଇଁ କିଛି ଶୁଳ୍କ ଦେବା ଉଚିତ୍ ।
କେବଳ ୩ ମାସ ପରେ ସେମାନେ ମାଗଣାରେ X ରେ କିଛି ପୋଷ୍ଟ କରିବାକୁ ସମର୍ଥ ହେବେ । ଗତ ବର୍ଷ ଅକ୍ଟୋବରରେ, ମସ୍କ ନ୍ୟୁଜିଲ୍ୟାଣ୍ଡ ଏବଂ ଫିଲିପାଇନ୍ସର ନୂଆ ଯାଞ୍ଚ ହୋଇନଥିବା ୟୁଜର୍ସମାନଙ୍କ ପାଇଁ ବାର୍ଷିକ $ 1 ଚାର୍ଜ କରିବାକୁ ଘୋଷଣା କରିଥିଲେ । ଏହାପୂର୍ବରୁ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ବହୁ ସଂଖ୍ୟକ ନକଲି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା । X ରେ ବଟ୍ ଏବଂ ନକଲି ଆକାଉଣ୍ଟ୍ ହଟାଇ ଦେବା ପରେ, ଅନେକ ୟୁଜର ଫଲୋର୍ସଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ଦେଖିଲେ ।
ମସ୍କ କହିଛନ୍ତି ଯେ X ରୁ ନକଲି ଏବଂ ବଟ୍ ଆକାଉଣ୍ଟ ହଟାଇବା କାମ ଏବେ ମଧ୍ୟ ଚାଲିଛି । ତେବେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେତେ ନକଲି କିମ୍ବା ବଟ୍ ୟୁଜର୍ସ ଅଛନ୍ତି ତାହା ମସ୍କ ପ୍ରକାଶ କରି ନାହିଁ । କିଛି ଦିନ ପୂର୍ବରୁ, ଏଲନ୍ ମସ୍କ ଘୋଷଣା କରିଥିଲେ ଯେ, ଯେଉଁ ୟୁଜରମାନଙ୍କର ୨୫୦୦ କିମ୍ବା ଅଧିକ ଭ୍ୟାରିଫାଏଡ ଫଲୋର୍ସ ଅଛନ୍ତି ସେମାନେ ଫ୍ରିରେ X ପ୍ରିମିୟମର ସବସ୍କ୍ରିପସନ୍ ପାଇବେ । ସେହିଭଳି ଯେଉଁମାନଙ୍କର ୫୦୦୦ କିମ୍ବା ଅଧିକ ଭ୍ୟାରିଫାଏଡ ଅର୍ଥାତ ବ୍ଲୁ ଟିକ୍ ଫଲୋର୍ସ ଅଛନ୍ତି ସେମାନେ ଫ୍ରିରେ X ପ୍ରିମିୟମ ପ୍ଲସର ସବସ୍କ୍ରିପସନ୍ ପାଇପାରିବେ ।