ଅଫିସ୍‌ ରେ ପୁଅକୁ ନେଇ କାମ କରୁଛନ୍ତି IAS ମା, ସୋସିଆଲ୍‌ ମିଡିଆରେ ହେଉଛି ଭାଇରାଲ୍‌

ଦିନକୁ ଦିନ ବଢ଼ୁଛି ତାତି । ଗ୍ରୀଷ୍ମର ପ୍ରବାହକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ମା'ମାନଙ୍କର ଟେନସନ ମଧ୍ୟ ବଢ଼ିବାକୁ ଯାଉଛି । କାରଣ ବର୍ତ୍ତମାନ ପିଲାମାନେ ଦିନସାରା ଘରେ ରହିବେ ଏବଂ ବହୁତ ଦୁଷ୍ଟାମୀ ମଧ୍ୟ କରିବେ । ଏଭଳି ପରିସ୍ଥିତିରେ, ଅଫିସ୍ ଏବଂ ପିଲାମାନଙ୍କୁ ଏକକାଳୀନ ପରିଚାଳନା କରିବା, ବିଶେଷକରି କାର୍ଯ୍ୟରତ ମାଆମାନଙ୍କ ପାଇଁ ଏହା ଅଧିକ କଷ୍ଟସାଧ୍ୟ ହୋଇଯାଏ ।

ଦିନକୁ ଦିନ ବଢ଼ୁଛି ତାତି । ଗ୍ରୀଷ୍ମର ପ୍ରବାହକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ମା’ମାନଙ୍କର ଟେନସନ ମଧ୍ୟ ବଢ଼ିବାକୁ ଯାଉଛି । କାରଣ ବର୍ତ୍ତମାନ ପିଲାମାନେ ଦିନସାରା ଘରେ ରହିବେ ଏବଂ ବହୁତ ଦୁଷ୍ଟାମୀ ମଧ୍ୟ କରିବେ । ଏଭଳି ପରିସ୍ଥିତିରେ, ଅଫିସ୍ ଏବଂ ପିଲାମାନଙ୍କୁ ଏକକାଳୀନ ପରିଚାଳନା କରିବା, ବିଶେଷକରି କାର୍ଯ୍ୟରତ ମାଆମାନଙ୍କ ପାଇଁ ଏହା ଅଧିକ କଷ୍ଟସାଧ୍ୟ ହୋଇଯାଏ । ବିଶେଷ କରି କର୍ମଜୀବୀ ମହିଳାମାନଙ୍କ ପାଇଁ ଘର କାର୍ଯ୍ୟ ସାଙ୍ଗକୁ ପିଲାମାନଙ୍କ ଦାୟିତ୍ୱ ଏକ ଚ୍ୟାଲେଞ୍ଜ । ଅଧିକାଂଶ ସମୟରେ ଏକକାଳୀନ ଘର କାମ ସହ ପିଲାଙ୍କ ଯତ୍ନ ନେବା ମା ମାନଙ୍କୁ କଷ୍ଟକର ହୋଇଥାଏ ।ବର୍ତ୍ତମାନ ସମୟରେ ଅନେକ କର୍ମଜୀବୀ ମହିଳା ଘର ସାଙ୍ଗକୁ ଅଫିସ୍ କାର୍ଯ୍ୟ ପରିଚାଳନା କରିବାରେ ଅଭ୍ୟସ୍ତ ହୋଇଗଲେଣି । ଏହି ଅଭ୍ୟାସ ମଧ୍ୟରେ ଜଣେ ଆଇଏଏସ ଅଧିକାରୀ ଶେଆର କରିଥିବା ଭିଡିଓ ବେଶ୍ ଭାଇରାଲ୍ ହେଉଛି ।

ମହିଳା ଅଧିକାରୀ ଜଣକ ଡ୍ୟୁଟି କରୁଥିବା ବେଳେ ତାଙ୍କ ପୁଅ ମଧ୍ୟ ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ରୁ ସଂଳାପ’ ପୁଷ୍ପା ରାଜ ଝୁକେଗା ନେହି ‘କହୁଥିବାର ନଜର ଆସିଛନ୍ତି । ଓଡ଼ିଆ ଝିଅ ତଥା ତେଲାଙ୍ଗାନା କରିମନଗରର ଜିଲ୍ଲାପାଳ ପାମେଲା ଶତପଥୀ । ଅଫିସ୍‌ରେ ତାଙ୍କ କାର୍ଯ୍ୟ କରୁଛନ୍ତି ଏହି ସମୟରେ ସେ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ତାଙ୍କ ପୁଅ ଟେବୁଲ୍ ଉପରେ ଖେଳୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

ନିରୀହ ପିଲାଙ୍କ ମୁହଁରେ ଗ୍ରୀଷ୍ମ ଛୁଟିର ଆନନ୍ଦ ଦୃଶ୍ୟମାନ ହେଉଥିବାବେଳେ ମା ଅଫିସରେ କାମ କରୁଥିବା ଦେଖାଯାଏ, ବିରକ୍ତ ହୋଇଥିଲେ ମଧ୍ୟ । ଏହି ଭିଡିଓ ସେୟାର କରିବାବେଳେ ଆଇଏଏସ ପାମେଲା ଲେଖିଛନ୍ତି, ” ବର୍ଷର ସବୁଠାରୁ ଅପେକ୍ଷାକୃତ ସମୟ  ଗ୍ରୀଷ୍ମ ଛୁଟି  ଭୟାନକ ସମୟ , ଯେବେ ତୁମେ ପୁଅର ମାଆ ହୁଅ।”

ପ୍ରକୃତରେ ପିଲାର ଦାୟିତ୍ୱ ସହ ଅଫିସ କାର୍ଯ୍ୟ ତୁଲାଇବା ଗୋଟେ ମା ପାଇଁ ଏକ ପ୍ରକାର ଆହ୍ଵାନ । ତାହା ଏହି ଦୃଶ୍ୟ ଦେଖିବା ପରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ପାମେଲାଙ୍କ ଏହି ପୋଷ୍ଟକୁ ବହୁତ ଲୋକ ପସନ୍ଦ କରୁଥିବା ବେଳେ ତାଙ୍କ କର୍ତ୍ତବ୍ୟକୁ ପ୍ରଶଂସା କରିଛନ୍ତି । ଏହି ପୋଷ୍ଟରେ ଅନେକ ଲୋକ ମନ୍ତବ୍ୟ ଦେଇଥିବା ବେଳେ ଜଣେ କହିଛନ୍ତି ସୁପର ମା’ର ସୁପର ବୟ । ସେହିପରି ପାମେଲା ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ସନ୍ତୁଳିତ ଭାବେ ପରିଚାଳନା କରୁଥିବାରୁ ତାଙ୍କୁ ସମ୍ମାନ ଜଣାଉଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.