କୁଢ଼ କୁଢ଼ ଅଳିଆ ପଡ଼ି ନଷ୍ଟ ହେଉଛି ରତ୍ନଗିରି, ବିରଳ କୀର୍ତିରାଜିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ

ବିରଳ କୀର୍ତିରାଜିର ସୁରକ୍ଷା ଓ କଟକଣାକୁ ନେଇ ଉଠିଛି ପ୍ରଶ୍ନ । ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଲେଖା ହୋଇଥିବା ସ୍ଥାନରେ ଗଦା ଗଦା ପଡିଛି ଅଳିଆ । ସୃଷ୍ଟି ହେଉଛି ଶବ୍ଦ ପ୍ରଦୂଷଣ ସାଙ୍ଗକୁ ପରିବେଶ ପ୍ରଦୂଷଣ ।

ଯାଜପୁର (କେନ୍ୟୁଜ): ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ରତ୍ନଗିରି । ବିଶ୍ୱ ଦରବାରରେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି । ତେବେ ରତ୍ନଗିରିରେ ଏବେ ଚାଲିଛି ଚାଙ୍ଗଡ଼ା ଯାତ୍ରା। କିନ୍ତୁ ଏହି ବିରଳ କୀର୍ତିରାଜିର ସୁରକ୍ଷା ଓ କଟକଣାକୁ ନେଇ ଏବେ ଉଠିଛି ପ୍ରଶ୍ନ । କାରଣ ଏ ସ୍ଥାନରେ ଜମା ହୋଇଛି କୁଢ଼ କୁଢ଼ ଅଳିଆ ।

ବୌଦ୍ଧ କୀର୍ତିରାଜି ସ୍ଥଳରେ ଚାଲିଛି ଯାତ୍ରା । ମାଟି ତଳେ ଥିବା ଦୁର୍ଲଭ ତଥା ବିରଳ ସାମଗ୍ରୀ ଉପରେ ଚାଲିଛି ଯାତ୍ରା । ପଡିଛି ଦୋକାନ ବଜାର । ମଜା ଉଠାଉଛନ୍ତି ଲୋକେ । ପରମ୍ପରାର ଦ୍ୱାହି ଦେଇ ପ୍ରତିବର୍ଷ ଏଠାରେ ୩ଦିନ ପାଇଁ ଅନୁଷ୍ଠିତ ହୋଇଥାଏ ଚାଙ୍ଗଡ଼ା ଯାତ୍ରା। ତେବେ ଏହା ଭିତରେ ବିରଳ କୀର୍ତିରାଜିର ସୁରକ୍ଷା ଓ କଟକଣାକୁ ନେଇ ଉଠିଛି ପ୍ରଶ୍ନ । ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଲେଖା ହୋଇଥିବା ସ୍ଥାନରେ ଗଦା ଗଦା ପଡିଛି ଅଳିଆ । ସୃଷ୍ଟି ହେଉଛି ଶବ୍ଦ ପ୍ରଦୂଷଣ ସାଙ୍ଗକୁ ପରିବେଶ ପ୍ରଦୂଷଣ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।

ବର୍ଷ ବର୍ଷ ଧରି ଏଠାରେ ଚାଲିଛି ଏହି ପରମ୍ପରା । ପର୍ଯ୍ୟଟନ କ୍ଷେତ୍ର ପରିସରରେ ଥିବା ମନ୍ଦିରରେ ମହାକାଳଙ୍କୁ ଦର୍ଶନ କରିବା ସହ ଯାତ୍ରା ବୁଲିବାକୁ ଆସିଥାନ୍ତି ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ । ତେବେ ବିଶ୍ୱ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ଏଭଳି ଯାତ୍ରାର ଆୟୋଜନକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି । ଏଭଳି ପରିବେଶରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ, ବୌଦ୍ଧ ଭିକ୍ଷୁ ତଥା ଗବେଷକ ଏଠାରୁ କି ପ୍ରକାର ଅଭିଜ୍ଞତା ହାସଲ କରିବେ ସେ ନେଇ ଉଠିଛି ପ୍ରଶ୍ନ।

ଏ ସ୍ଥାନର ସଂରକ୍ଷଣ ହୋଇପାରୁନି । ତେଣୁ ପର୍ଯ୍ୟଟକମାନେ ଏଠାକୁ ବୁଲିବା ପାଇଁ ଆସିବାକୁ ମୁହଁ ଫେରାଉଛନ୍ତି । ଯଦି ଏ ଐତିହାସିକ ପର୍ଯ୍ୟଟନସ୍ଥଳୀର ଠିକ୍‌ ଭାବେ ସୁରକ୍ଷା ନିଆଯାଇ ପାରନ୍ତା ତେବେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.