ନବରାତ୍ରିରେ ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ପହଞ୍ଚିଲେ କପିଲ ଶର୍ମା, ନେଲେ ଆଶୀର୍ବାଦ

ଆଜିକାଲି କପିଲ ଶର୍ମା ତାଙ୍କ ସୋ 'ଦି ଗ୍ରେଟ୍ ଇଣ୍ଡିଆନ୍' ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ସେପଟେ ନିକଟରେ କପିଲ ମା' ବୈଷ୍ଣୋଦେବୀଙ୍କ ମନ୍ଦିରରେ ପହଞ୍ଚିଛନ୍ତି, ଯେଉଁଠାରୁ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

କପିଲ ଶର୍ମାଙ୍କୁ କମେଡିର କିଙ୍ଗ କୁହାଯାଏ । ପଞ୍ଜାବର ଅମୃତସରର ଏକ ଛୋଟ ଗାଁରୁ ଆସିଥିବା କପିଲ ଆଜି ନିଜର କଠିନ ପରିଶ୍ରମ ଆଧାରରେ ଆଜି ଏକ ଇଣ୍ଟରନ୍ୟାସନାଲ ଷ୍ଟାର ହୋଇପାରିଛନ୍ତି । ଆଜି କପିଲ ନିଜର କଠିନ ପରିଶ୍ରମ ଯୋଗୁ କମେଡିଆନରୁ ଏକ ସଫଳ ଅଭିନେତା ମଧ୍ୟ ହୋଇପାରିଛନ୍ତି । ଆଜିକାଲି କପିଲ ଶର୍ମା ତାଙ୍କ ସୋ ‘ଦି ଗ୍ରେଟ୍ ଇଣ୍ଡିଆନ୍’ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି ।

ସେପଟେ ନିକଟରେ କପିଲ ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ପହଞ୍ଚିଛନ୍ତି, ଯେଉଁଠାରୁ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପୋଲିସ ସୁରକ୍ଷା ମଧ୍ୟରେ କପିଲ ମାତାଙ୍କ ମନ୍ଦିରରୁ ବାହାରକୁ ଆସୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ସମୟରେ ସେ ନାଲି ରଙ୍ଗର ପ୍ରିଣ୍ଟେଡ କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି ।

ଯେତେବେଳେ ସେ ପାହାଚ ତଳକୁ ଓହ୍ଲାଇ ଆସୁଛନ୍ତି, ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ମନ୍ଦିର ପ୍ରାଙ୍ଗଣରେ ଦେଖିବା ପରେ ବହୁତ ଖୁସି ହୋଇଯାଇଛନ୍ତି । ଏହି ସମୟରେ କପିଲ ନିଜ ଫ୍ୟାନ୍ସଙ୍କୁ ହାତଯୋଡି ଅଭିବାଦନ କରୁଥିବା ଦେଖିବାକୁ ମିଳିଛି । କପିଲଙ୍କ ଏହି ଭିଡିଓରେ ଫ୍ୟାନ୍ସମାନେ ଖୁବ ପ୍ରତିକ୍ରିୟା ମଧ୍ୟ ଦେଖାଉଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ନିକଟରେ ଫିଲ୍ମ ‘ଚାମକିଲା’ର ପୂରା ଟିମ କପିଲ ଶର୍ମାଙ୍କ ସୋ’ ଦି ଗ୍ରେଟ ଇଣ୍ଡିଆନ କପିଲ ସୋ’ର ଲାଟେଷ୍ଟ ଏପିସୋଡରେ ନଜର ଆସିଥିଲେ ।

ଏହି ସମୟରେ ନିର୍ଦ୍ଦେଶକ ଇମତିଆଜ ଅଲି, ପରିନୀତି ଚୋପ୍ରା ଏବଂ ଦିଲଜିତ ଦୋସାଞ୍ଜ ହୋଷ୍ଟ କପିଲ ଶର୍ମାଙ୍କ ସହ ବହୁତ ମଜା ମସ୍ତି କରିଥିଲେ । ଏହି ସମୟରେ କୃଷ୍ଣ ଅଭିଷେକ ଏବଂ କିକୁ ଶାରଦାଙ୍କ ଠାରୁ ଆରମ୍ଭ କରି ସୁନୀଲ ଗ୍ରୋଭର ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ମଜାଳିଆ ଅନ୍ଦାଜରେ ରେ ଶୋ’ର ଅତିଥିମାନଙ୍କୁ ବହୁତ ହସାଇଥିଲେ । ଫ୍ୟାନ୍ସମାନେ ମଧ୍ୟ କପିଲଙ୍କ ଏହି ସୋ’କୁ ବହୁତ ପସନ୍ଦ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.