ସ୍କିନ୍‌ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ ଗୁଜୁରାତି, ଜାଣନ୍ତୁ କିପରି ତିଆରି କରିବେ ଫେସ୍‌ ପ୍ୟାକ୍

ଦାଗହୀନ ଚମକୁଥିବା ସ୍କିନ୍‌ ପାଇବାକୁ, ଆପଣ ଏହି ଉପାୟରେ ଗୁଜୁରାତି ବ୍ୟବହାର କରିପାରିବେ । ଏଥିପାଇଁ ଅତିକମରେ ୫ ରୁ ୧୦ଟି ଗୁଜୁରାତି ଗ୍ରାଇଣ୍ଡ କରନ୍ତୁ । ଏହା ପରେ ଆପଣ ଏହି ପାଉଡରରେ ଘରେ ନେଚୁରାଲ ଫେସ୍‌ ମାସ୍କ ପ୍ରସ୍ତୁତ କରିପାରିବେ ।

ଭାରତୀୟ ରୋଷେଇ ଘରେ ଅନେକ ପ୍ରକାରର ମସଲା ବ୍ୟବହୃତ ହୁଏ, କିନ୍ତୁ ଆପଣ ଜାଣିଛନ୍ତି କି ଏହି ମସଲା ଯାହା ଖାଦ୍ୟର ସ୍ୱାଦକୁ ବଢାଇଥାଏ, ତାହା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଭାରତୀୟ ରୋଷେଇରେ ଗୁଜୁରାତି ସାଧାରଣତଃ ବ୍ୟବହୃତ ହୋଇଥାଏ । ଏହାକୁ ପ୍ରତିଦିନ ବ୍ୟବହାର କରି ଆପଣ ନେଚୁରାଲ ଗ୍ଲୋଇଗିଂ ସ୍କିନ୍‌ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଯେ ଏହାକୁ କିପରି ତିଆରି କରିବେ ।

ଯଦି ଆପଣ ବିରିୟାନି କିମ୍ବା କୌଣସି ବିଶେଷ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ତାହେଲେ ଆପଣ ସେଥିରେ ନିଶ୍ଚିତ ଭାବେ ଗୋଟା ମସଲା ବ୍ୟବହାର କରୁଥିବେ । କିନ୍ତୁ କହୁଯାଏ ସମସ୍ତ ଖାଦ୍ୟର ସ୍ୱାଦ ବଢାଇଥାଏ ଗୁଜୁରାତି, ସେଥିପାଇଁ ଯେକୌଣସି ଖାଦ୍ୟ ହେଉ ସେଥିରେ ଗୁଜୁରତିର ବ୍ୟବହାର ନିଶ୍ଚିତ ଭାବେ କରାଯାଇଥାଏ । ତେବେ ଏହି ମସଲା ଖାଦ୍ୟର ସ୍ୱାଦ ବଢାଇବା ସହ ଚେହେରାର ସୈନ୍ଦର୍ଯ୍ୟକୁ ମଧ୍ୟ ବଢାଇବାରେ ଅନେକ ସାହାଯ୍ୟ କରିଥାଏ । ସେଥିପାଇଁ ଆପଣ କେବଳ ଏହି ଉପାୟରେ ଗୁଜୁରାତି ବ୍ୟବହାର କରନ୍ତୁ ।

ଏହି ଉପାୟରେ ଗୁଜୁରାତି ବ୍ୟବହାର କରନ୍ତୁ :
ତେବେ ଦାଗହୀନ ଚମକୁଥିବା ସ୍କିନ୍‌ ପାଇବାକୁ, ଆପଣ ଏହି ଉପାୟରେ ଗୁଜୁରାତି ବ୍ୟବହାର କରିପାରିବେ । ଏଥିପାଇଁ ଅତିକମରେ ୫ ରୁ ୧୦ଟି ଗୁଜୁରାତି ଗ୍ରାଇଣ୍ଡ କରନ୍ତୁ । ଏହା ପରେ ଆପଣ ଏହି ପାଉଡରରେ ଘରେ ନେଚୁରାଲ ଫେସ୍‌ ମାସ୍କ ପ୍ରସ୍ତୁତ କରିପାରିବେ । ଆପଣ ମହୁ ଏବଂ କ୍ଷୀରକୁ ଗୁଜୁରାତି ପାଉଡରରେ ମିଶାଇ ଏକ ଫେସ୍ ମାସ୍କ ପ୍ରସ୍ତୁତ କରିପାରିବେ । ଏହି ପେଷ୍ଟକୁ ପ୍ରତିଦିନ ମୁହଁରେ ଲଗାଇପାରିବେ ।

ଗୁଜୁରାତି ଏବଂ ଦହିର ଫେସ୍ ପ୍ୟାକ୍ ଲଗାନ୍ତୁ :
ଗୋଟିଏ ଚାମଚ ଗୁଜୁରାତି ପାଉଡରକୁ ଦହି ସହିତ ମିଶାଇ ଆପଣ ଏକ ହାଇଡ୍ରେଟିଂ ଫେସ୍ ମାସ୍କ ତିଆରି କରିପାରିବେ । ଏହି ଫେସ୍ ମାସ୍କ ଲଗାଇବା ସହିତ ଆପଣ ଆପଣଙ୍କ ଚେହେରାରୁ ପିମ୍ପଲ୍‌ର ଦାଗ ମଧ୍ୟ କମ୍‌ କରିପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଚାମଚ ଗୁଜୁରାତି ପାଉଡରକୁ ଦହି ସହିତ ମିଶାନ୍ତୁ । ଏହା ସହ ଯଦି ଆପଣ ଚାହିଁବେ, ତାହେଲେ ଆପଣ ଏଥିରେ ବେସନ ମଧ୍ୟ ମିଶାଇ ପାରିବେ । ତାପରେ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ ଅତି କମରେ ୨୦ ମିନିଟ୍ ପାଇଁ ଛାଡିଦିଅନ୍ତୁ । ଦେଖିବେ ଯେତେବେଳେ ଫେସ୍ ପ୍ୟାକ୍ ଶୁଖିଯିବ, ତାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ମୁହଁରେ ଗୁଜୁରାତି ପାଣିର ବ୍ୟବହାର କରନ୍ତୁ :
ଆପଣ ଗୁଜୁରାତି ପାଣି ବ୍ୟବହାର କରି ଚମକଦାର ସ୍କିନ୍‌ ମଧ୍ୟ ପାଇପାରିବେ । ଏଥିପାଇଁ ଏକ ଗ୍ଲାସ ପାଣିରେ ୫ ରୁ ୧୦ଟି ଗୁଜୁରାତି ଫୁଟାନ୍ତୁ । ଯେତେବେଳେ ପାଣି ଭଲ ଭାବରେ ଫୁଟିଯିବ, ଏହାକୁ ବନ୍ଦ କରି ଥଣ୍ଡା ହେବାକୁ ଛାଡିଦିଅ । ପାଣି ଥଣ୍ଡା ହୋଇଗଲେ, ଏଥିରେ ମୁହଁ ଧୋଇ ଦିଅନ୍ତୁ କିମ୍ବା ଆପଣ ଏହାକୁ ଏକ ଟୋନର ଭାବରେ ମଧ୍ୟ ବ୍ୟବହାର କରିପାରିବେ । କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଗୁଜୁରାତିରୁ ଆଲର୍ଜି ହୋଇଥାଏ, ଯଦି ଆପଣଙ୍କର ମଧ୍ୟ ଏପରି ଆଲର୍ଜି ଅଛି ତେବେ ନିଶ୍ଚିତ ଭାବରେ ଗୁଜୁରାତି ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.