Below header

ଗଞ୍ଜାମ ପୋଲିସକୁ ସଫଳତା, ଡକାୟତି ଯୋଜନା କରୁଥିବା ବେଳେ ୧୨ ଜଣଙ୍କୁ କଲା କାବୁ

ଗଞ୍ଜାମ : ଗଞ୍ଜାମ ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବା ବେଳେ ୧୨ ଜଣଙ୍କୁ କାବୁ କରାଯାଇଛି । ଏମାନଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଟଙ୍କା ଜବତ ହୋଇଛି । ଗତକାଲି ରାତିରେ ଆସିକା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଏକ ୬ ଜଣିଆ ଗ୍ୟାଙ୍ଗକୁ ଆସିକା ପୋଲିସ କାବୁ କରିଛି । ସେହିପରି ବୁଗୁଡ଼ା ଥାନା ପୋଲିସ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଆଉ ଏକ ୬ ଜଣିଆ ଗ୍ୟାଙ୍ଗକୁ ବୁଗୁଡ଼ା ପୋଲିସ ଉଠାଇ ନେଇଛି ।

weaponପୋଲିସ ସେମାନଙ୍କଠାରୁ ବନ୍ଧୁକ, ଗୁଳି, ବୋମା ଆଦି ଜବତ କରିବା ସହ ୫୮ ହଜାର ଟଙ୍କା ଜବତ କରିଛି । ଏମାନେ ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧାରେ ବିଭିନ୍ନ ଅପରାଧ ଘଟାଉଥିଲେ । ଏତେ ପରିମାଣ ଗୁଳି ଓ ପିସ୍ତଲ କେଉଁଠାରୁ ଆଣିଲେ, ତାହାର ତଦନ୍ତ କରାଯିବ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.