Below header

ଜୀବନ ମାଗୁଛି ଆୟୁଷ, ସହାୟତାକୁ ଚାତକ ଭଳି ଅନାଇ ବସିଛି ଏଇ କୁନି ବାଳକ

କାକଟପୁର(କେନ୍ୟୁଜ୍‌) : ଏ ଘଟଣା କାକଟପୁର ଅଞ୍ଚଳର। ବାପା ସୁଦର୍ଶନ ପଣ୍ଡା ମା ତୃପ୍ତିରେଖା ପଣ୍ଡାଙ୍କ ପରିବାର କହିଲେ ଦୁଇ ପୁଅ ଦୁଇ ଝିଅ। ଅଭାବି ପରିବାର ଭିତରେ ମୁଣ୍ଡ ଉପରେ ବଖରାଏ ଘରକୁ ଛାଡିଦେଲେ ଜମିବାଡ଼ି କିଛି ନାହିଁ । ବ୍ରାହ୍ମଣ ପରିବାରରେ ଜନ୍ମନେଇଥିବାରୁ ସୁଦର୍ଶନ ପଣ୍ଡା କୁଳର ବୃତି ଅନୁଯାୟୀ ଗାଁ କୁ ଗାଁ ବୁଲି ଠାକୁର ପୂଜାକଲେ ଯାହା ଯଜମାନି ମିଳେ ସେଥିରେ ଅଭାବି ସଂସାର ଦୁଖେ କଷ୍ଟେ ଚଳିଯାଏ। ହେଲେ ହଠାତ ଏ ପରିବାର ଉପରେ ଚଡକ ପଡିଲା ସେତେବେଳେ, ଯେତେବେଳେ ସୁଦର୍ଶନ ଏବଂ ତୃପ୍ତିରେଖା ଜାଣିବାକୁ ପାଇଲେ ଯେ ବଡ ପୁଅ ଆୟୁଷର ଦେହ ଖରାପ ହୋଇଛି।

ଜନ୍ମରୁ ଆୟୁଷ ବେଶ ହୃଷ୍ଟ ପୃଷ୍ଟ ହୋଇ ବଢୁଥିଲା ବେଳେ ହଠାତ୍ ପାଞ୍ଚ ମାସ ହେବା ପରେ ତା ଦେହରେ ଅସୁସ୍ଥ ହେବାକୁ ଲାଗିଲା । ଦିନକୁ ଦିନ ସେ ବଢିବା ପରିବର୍ତେ ଦିନକୁ ଶୁଖି ଶୁଖି ଗଲା। ଶିଶୁଟିର ଏଭଳି ଅବସ୍ଥା ଦେଖି ବାପା ମା ଚିକିତ୍ସା ପାଇଁ ବିଭିନ୍ନ ମେଡ଼ିକାଲ କୁ ନେଇ ଦେଖାଇଲେ। ସେଠାରେ ପରୀକ୍ଷା ନିରୀକ୍ଷା କରାଯିବା ପରେ ଜଣାପଡିଲା ଆୟୁଷର ହାର୍ଟ ଏବଂ ଫୁସ ଫୁସ ଦୁଇଟି ଯାକ ନଷ୍ଟ ହୋଇଯାଇଛି। ପୁଅକୁ ଭଲକରିବାକୁ ହେଲେ ଡାକ୍ତର କହିଲେ ପ୍ରାୟ ୨୫ ଲକ୍ଷ ରୁ ୩୦ ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡିବ।

maa

ପୁଅକୁ ବଞ୍ଚାଇବାକୁ ହେଲେ ପୁଅର ହାର୍ଟ ଏବଂ ଫୁସ ଫୁସ ଦୁଇଟିଯାକ ଟ୍ରାନ୍ସପ୍ଳାଣ୍ଟ କରିବାକୁ ପଡି। ଡାକ୍ତଙ୍କ କଥା ଶୁଣି ବାପା ମା ଦୁଇଜଣଙ୍କ ଉପରେ ଯେମିତି ଆକାଶ ଛିଣ୍ଡିପଡ଼ିଲା। ଗରିବ ବ୍ରାହ୍ମଣ ଠାକୁରଙ୍କୁ ପାଣିଦେଲେ ଲୋକମାନଙ୍କ ଠାରୁ ଯାହା ମାଗି ଯାଚି ଘରକୁ ଆଣନ୍ତି ସେଥିରେ ପିଲାଙ୍କ ତୁଣ୍ଡରେ ଆହାର ଦେବାକୁ କଷ୍ଟ।ଅନେକ ସମୟରେ ସ୍ବାମୀ ସ୍ତ୍ରୀ ଙ୍କୁ ଉପାଶରେ ଶୋଇବାକୁ ମଧ୍ୟ ପଡିଛି। ଏହି ଅବସ୍ଥାରେ ଠାକୁର ପୁଅକୁ ଦେଇଛନ୍ତି ଏଡେବଡ ରୋଗ ର ଯନ୍ତ୍ରଣା ତା ସହ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କାର ବୋଝ ।

ସେ ସମୟରେ ଗରିବ ପରିବାର ରେ ଏତେ ଗୁଡିଏ ଟଙ୍କା ଯୋଗାଡ଼ କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଥିଲା । ସେବେଠାରୁ ଡାକ୍ତର ଲେଖିଥିବା ଔଷଧ ପିଲାଟିକୁ ଦେଇ ଚାଲିଛନ୍ତି । ଏବେ ଆୟୁଷ ବଡ ହେବାପରେ ତାର ଦେହ ଅଧିକ ଖରାପ ହେବାରେ ଲାଗିଛି। ବାରବର୍ଷର ଆୟୁଷକୁ ବାପା ମା ମାଗିଯାଚି କିଛି ଟଙ୍କା ଯୋଗାଡ଼ କରି ହାଇଦ୍ରାବାଦର ସତ୍ୟସାଇ ମେଡ଼ିକାଲ ସହ ଓଡ଼ିଶାର ବିଭିନ୍ନ ମେଡ଼ିକାଲ କୁ ନେଇ ଦେଖାଇଛନ୍ତି। ସବୁଠି .ସେହି ସମାନ କଥା ଆୟୁଷର ହାର୍ଟ ସହ ଫୁସ ଫୁସ ଦୁଇଟି ଯାକ ଅଙ୍ଗ ନଷ୍ଟ ହୋଇ ଯାଇଛି । ଦୁଇଟିଯାକ ଅଙ୍ଗ ପ୍ରତିରୋପଣ କରିବା ପାଇଁ ଏକ୍ଷାଧିକ ଟଙ୍କା ଦରକାର।

ayush

ଦୁନିଆ କଣ ଜାଣିବା ଆଗରୁ ଗୋଟିଏ ସରଳ ନିଷ୍କପଟ ଜୀବନ ଟିକୁ ବଞ୍ଚାଇବା ପାଇଁ ଯଦି କେହି ସହୃଦୟ ବ୍ୟକ୍ତି ଆଗେଇ ଆସନ୍ତି ତେବେ ଏହି ଗରିବ ପିଲାଟିର ଜୀବନ ବଞ୍ଚିଯାଇପାରନ୍ତା । ଆପଣ ସବୁବେଳେ ନିଜର ମହାନତା ଦେଖାଇ ଅନେକ ଜୀବନକୁ ବଞ୍ଚାଇଛନ୍ତି। ଆଜି ଆପଣଙ୍କ ସହାୟତାକୁ କୁନି ବାଳକ ଆୟୁଷ ଚାତକ ଭଳି ଅନାଇ ବସିଛି। ତେଣୁ ଯଦି କେହି ବଦାନ୍ୟ ବ୍ୟକ୍ତି ଆୟୁଷକୁ ସାହାର୍ଯ୍ଯ କରିବା ପାଇଁ ଚାହାନ୍ତି ତେବେ ଏହି ଆକାଉଣ୍ଟ ନମ୍ବର ରେ ସାହାର୍ଯ୍ଯ କରିପାରିବେ ।

ଆକାଉଣ୍ଟ ନମ୍ବର 110069763019
IFSC code :CNRB0006015 ,
TRUPTIREKHA PANDA
ମୋବାଇଲ ନଂ: 9937351546 ରେ ଯୋଗା ଯୋଗ କରିପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.