Below header

ଅଜଣା ଗାଡି ଧକ୍କାରେ ଗୁରୁତର ହେଲା ମାଙ୍କଡ଼, ସମାଜସେବୀଙ୍କ ଯୋଗୁଁ ବଞ୍ଚିଗଲା ଜୀବନ

ମହାକାଳପଡା (କେନ୍ୟୁଜ): କୁହାଯାଏ ମନୁଷ୍ୟର ପୂର୍ବଜନ୍ମ ଥିଲା ମର୍କଟ ମାନେ ମାଙ୍କଡ । ସେଥିପାଇଁ କିଛି କିଛି କଥାରେ ମନୁଷ୍ୟର ପ୍ରକୃତିକୁ ମାଙ୍କଡ ପ୍ରକୃତି ସହ ମଧ୍ୟ ତୁଳନା କରାଯାଏ । ହେଲେ ବର୍ତ୍ତମାନ ମାଙ୍କଡକୁ ନେଇ ଏଭଳି ଏକ କଥା ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଘାତ ଲାଗିବା ପରେ ଗୋଟେ ମଣିଷକୁ ଯେପରି ଯନ୍ତ୍ରଣା ହୋଇଥାଏ । ଠିକ୍ ସେହିପରି ପଶୁ ପକ୍ଷୀ ମାନେ ମଧ୍ୟ ଯନ୍ତ୍ରଣା ଅନୁଭବ କରିଥାନ୍ତି ।

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ପେଟଛେଲା ପଂଚାୟତ କେନ୍ତିଆ ଗ୍ରାମ ନିକଟରେ ଏକ ମାଙ୍କଡ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇ ପଡି ରହିଥିଲା। ଖବର ପାଇ ସ୍ଥାନୀୟ ଅଂଚଳର ସମାଜସେବୀ ଲଖ୍ମିକାନ୍ତ ସ୍ବାଇଁ ଓ ସୁବାସ ସ୍ବାଇଁ ମାଙ୍କଡକୁ ଉଦ୍ଧାର କରି ସ୍ଥାନୀୟ ପଶୁ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା କରାଇଛନ୍ତି। କିନ୍ତୁ ପ୍ରକୃତ କଥା ହେଉଛି ଏହା କୌଣସି ପୋଷା ମାଙ୍କଡ ନୁହେଁ । ଆଘାତ ଲାଗିଥିବା ଯୋଗୁଁ ଦୁଇ ଜଣ ସମାଜସେବୀ ମାଙ୍କଡଟିକୁ ନେଇ ଚିକିତ୍ସା କରାଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.