ରାଜ୍ୟରେ ୧ ପ୍ରତିଶତକୁ ଖସିଲା ସଂକ୍ରମଣ, ୨୪ ଘଣ୍ଟାରେ ୧ ହଜାର ୨୦୮ ପଜିଟିଭ୍‌ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ୧ ପ୍ରତିଶତକୁ ଖସିଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୨୦୮ ପଜିଟିଭ୍‌ ଚିହ୍ନଟ । ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୧.୭୪ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୦୨ ପ୍ରତିଶତ । ୨୪ ଘଣ୍ଟାରେ ୬୯ ହଜାର ୩୬୯ ଟେଷ୍ଟିଂ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ସଂକ୍ରମିତ ହୋଇଛନ୍ତି । କଟକରୁ ୧୭୩, ବାଲେଶ୍ୱରରୁ ୬୩ ଓ ଜଗତସିଂହପୁରରୁ ୬୦ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୩ ହଜାର ୦୬ । ରାଜ୍ୟରେ ୨୮ଟି ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.