‘ଗଣତନ୍ତ୍ରର ସୁରକ୍ଷା ପାଇଁ ଆଉ ଏକ ସମ୍ପୂର୍ଣ୍ଣ ବିପ୍ଳବର ଆବଶ୍ୟକ ରହିଛି’, ଜୟପ୍ରକାଶ ନାରାୟଣଙ୍କ ୧୨୦ ତମ ଜନ୍ମବାର୍ଷିକୀ ସମାରୋହରେ ବକ୍ତାଙ୍କ ମତ

ଭୁବନେଶ୍ୱର : ଗଣତନ୍ତ୍ରର ସୁରକ୍ଷା ପାଇଁ ଆଉ ଏକ ସମ୍ପୂର୍ଣ୍ଣ ବିପ୍ଲବର ଆବଶ୍ୟକତା ରହିଛି ବୋଲି ଆଜି ୟୁନିଟ ୯ ସ୍ଥିତ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୦ ତମ ଜନ୍ମ ଶତବାର୍ଷିକୀ ସମାରୋହରେ ଆଲୋଚକ ଭାବେ ପ୍ରଫେସର ବୀରେନ୍ଦ୍ର ନାୟକ ଓ ଅମୀୟ ମହାନ୍ତି ଯୋଗ ଦେଇ ମତ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ହିନ୍ଦ୍‌ ମଜଦୁର ସଭାର ସଭାପତି କୃଷ୍ଣ ଚନ୍ଦ୍ର ପାତ୍ର, ବିଶିଷ୍ଠ ଗାନ୍ଦିବାଦୀ ନେତା ପ୍ରହଲ୍ଲାଦ ସିଂହ, ଆଡଭୋକେଟ୍‌ ଶିଶର ଦାସ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ,ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ପୂର୍ବତନ ବିଧାୟକ କିଶୋର ଦାସ,ପୂର୍ବତନ ପ୍ରଶାସକ ବୀଜୟ ପଟ୍ଟନାୟକ, ଯୁଗଳ ନାୟକଙ୍କ ସହ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଲୋକନାୟକଙ୍କ ବ୍ୟକ୍ତିତ୍ୱ ଓ ସମାଜ ଗଠନରେ ତାଙ୍କର ଭୂମିକା ନେଇ ଆଲୋକପାତ କରିଥିଲେ ।

ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଜୟପ୍ରକାଶ ଫାଉଣ୍ଡେସନର ସାଧାରଣ ସମ୍ପାଦକ ପଞ୍ଚାନନ ସେନାପତି ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ସଭା ପରିଚାଳନା କରିଥିଲେ ଜୟପ୍ରକାଶ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ପ୍ରଭାସ ସାମନ୍ତରାୟ ।

ଏହି ସମାରୋହରେ ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ ଓ ଜୟପ୍ରକାଶ ଫାଉଣ୍ଡେସନର ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବକ୍ତାମାନେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି ସମାରୋହରେ ଲୋକନାୟକ ଜୟପ୍ରକାଶଙ୍କ ପ୍ରତି ଶ୍ରଦ୍ଧା ରଖିଥିବା ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.