ଧନ ସମ୍ପତି ଲୋଭରେ କେରଳ ଦମ୍ପତି ଚଢ଼ାଇଲେ ଦୁଇ ମହିଳାଙ୍କ ବଳି, ଦମ୍ପତି ଗିରଫ

ତିରୁଓ୍ଵନନ୍ତପୁରମ୍‌ : କେରଳ ପଥାନାମଟିଡା ଜିଲ୍ଲା ତିରୁବାଲାରେ ମାନବ ବଳୀର ଏକ ମାମଲା ନଜରକୁ ଆସିଛି । ପୋଲିସ ଅନୁଯାୟୀ ଏଠାରେ ଦୁଇ ମହିଳାଙ୍କୁ ବଳୀ ଚଢ଼ାଯାଇ ପୋତି ଦିଆଯାଇଥିବା ତଦନ୍ତରୁ ଜଣାଯାଇଛି । ଏହି ମହିଳା ଦୁହେଁ ଗତ ମାସରୁ ଗାୟବ ଥିଲେ । ମହିଳାଙ୍କ ମୃତ ଶରୀର ମାଟିରୁ ବାହାର କରାଯାଇ ଫୋରେନ୍ସିଂ ଯାଞ୍ଚ ପାଇଁ ପଠାଯିବ ବୋଲି ପୁଲିସ କମିଶନର ପ୍ରକାଶ କରିଛନ୍ତି ।

ଅଭିଯୁକ୍ତ ଦମ୍ପତିଙ୍କୁ ଜେରା ବେଳେ ସେ ଦୁହେଁ ଏକଥା ସ୍ୱୀକାର କରିଛନ୍ତି ଯେ ଆର୍ଥିକ ସମସ୍ୟାର ଅନ୍ତ ଘଟାଇବା ପାଇଁ ସେଦୁହେଁ ବଳୀ ଚଢ଼ାଇଛନ୍ତି । ଭଗବଲ ସିଂହ ଓ ତାର ପତ୍ନୀ ଲୈଲା ନାମରେ ପରିଚିତ ଦମ୍ପତି ପଠାନମଟିଡା ଜିଲ୍ଲା ଅରନମୁଲା ଠାରେ ଏକ ମସାଜ ସେଣ୍ଟର ଚଳାନ୍ତି । ତେବେ ଏହି ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପୋଲିସ ଏହା ଉପରେ ତଦନ୍ତ ପରେ ହିଁ ଅଧିକ ତଥ୍ୟ ଦେଇପାରିବେ ବୋଲି କହିଛି ।

ସେପ୍ଟେମ୍ବର ୨୭ରେ ଜଣେ ୫୦ ବର୍ଷିୟ ମହିଳାଙ୍କ ନିଖୋଜ ହେବା ନେଇ ସୂଚନା ମିଳିବା ପରେ ଏର୍ଣ୍ଣାକୁଲମ ପୋଲିସ ଏହା ଉପରେ ଖୋଳ ତାଡ କରିଥିଲା । ଉକ୍ତ ଦମ୍ପତିଙ୍କ ଫୋନ କଲ୍‌ ଡିଟେଲ୍ସ ଯାଞ୍ଚ କରିବା ପରେ ଏହି ଘଟଣା ଜଣାପଡିଥିଲା । ପୋଲିସ ଏବେ ଏହି ଦମ୍ପତିଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.