ଭୁବନେଶ୍ୱରରେ କରୋନା ସ୍ଥିତି ସାଂଘାତିକ, ଗୋଟିଏ ଦିନରେ ୧୨୬ ନୂଆ ମାମଲା

ଭୁବନେଶ୍ୱର(କେନ୍ୟୁଜ୍‌) :  ଭୁବନେଶ୍ୱରରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ୨୪ ଘଣ୍ଟା ମଧ୍ୟରେ ୧୨୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୯୩ ଜଣ ପଜେଟିଭ୍‌ ଜଣାପଡ଼ିଥିବା ବେଳେ ୩୩ ଜଣ ଲୋକାଲ୍‌ ମାମଲା ଆସିଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ବିଏମ୍‌ସି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ସର୍ବାଧିକ ସଂକ୍ରମିତ ଅଛନ୍ତି ମଞ୍ଚେଶ୍ୱର ଅଞ୍ଚଳରୁ । ମଞ୍ଚେଶ୍ୱର ଏକ ଅଟାକଳରୁ ୩୫ ଜଣ ସଂକ୍ରମିତ ଥିବା ଜଣାଯାଇଛି । ତେବେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ଓ ରାଜ୍ୟବାସୀ ଚିନ୍ତା କରନ୍ତୁନାହିଁ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୧୪୬୯ କରୋନା ପଜେଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୮୦୫ ଜଣ ସୁସ୍ଥ ହୋଇଛନ୍ତି । ୬୫୧ଟି ସକ୍ରିୟ ମାମଲା ରହିଥିବା ବେଳେ ୧୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.