Below header

୩୧ ତାରିଖରୁ ଆରମ୍ଭ ୧୨ତମ କିଟ୍ ଇଣ୍ଟରନ୍ୟାସନାଲ ଚେସ୍ ଫେଷ୍ଟିଭାଲ ୨୦୧୯

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ୧୨ତମ କିଟ୍ ଇଣ୍ଟରନ୍ୟାସନାଲ ଚେସ୍ ଫେଷ୍ଟିଭାଲ ୨୦୧୯ । ଟୁର୍ଣ୍ଣାମେଣ୍ଟରେ ୩୦ଟି ଦେଶରୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏହି ଅର୍ନ୍ତଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ବିଭିନ୍ନ ପ୍ରକାର ଆୟୋଜନ କରାଯାଇଛି । ପ୍ରତିଯୋଗୀଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜୁନ୍ ୭ ତାରିଖ ପର‌୍ୟ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଚାଲିବ । ଫାଇନାଲରେ ବିଜେତାଙ୍କୁ ପୁରସ୍କାର ବାବଦରେ ପଚିଶ ଲକ୍ଷ ଟଙ୍କା ଅର୍ଥରାଶି ମିଳିବ। କିଟ୍ କ୍ୟାମ୍ପସରେ ଏକ ସାମ୍ବାଦିକ ସମ୍ମିଳନୀରେ କିଟ୍ କ୍ରୀଡା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାସ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.