ସଫଳତା ପାଇଲେ ଶାଶ୍ୱତ, କେବିସି ହଟ ସିଟରୁ ଜିତିଲେ ୧୩ ଲକ୍ଷ ୪୦ ହଜାର

ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଶାଶ୍ଵତ ପଟନାୟକ KBC ଜୁନିୟରରେ ଅଂଶ ଗ୍ରହଣ କରି ୧୩ ଲକ୍ଷ ୪୦ ହଜାର ଟଙ୍କା ଜିତିଛନ୍ତି । ଏପରି କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଉମରକୋଟର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶାଶ୍ଵତ ପଟନାୟକ ।

ପଙ୍କରୁ ପଦ୍ମ ଫୁଟିଲା ଭଳି ନିଜ ପ୍ରତିଭାକୁ ସମଗ୍ର ଓଡ଼ିଶାବାସୀଙ୍କ ସମ୍ମୁଖକୁ ଆଣିଛନ୍ତି ଏହି କୁନି ପୁଅ । ବାପା ମା’ ସହ ପ୍ରତ୍ୟେକ ଓଡ଼ିଆବାସୀଙ୍କୁ ଗର୍ବିତ କରିଛନ୍ତି ଶାଶ୍ୱତ । ନିଜ ବାପାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ନିଜେ ପହଞ୍ଚିଲେ କେବିସି ଜୁନିୟର ହଟସିଟରେ । ବୟସ ଏତେ କମ ହୋଇଥିଲେ ବି ପାଠ ପଢ଼ା ସହ ଖେଳକୁଦରେ ବେସ୍‌ ମାହିର । ତେବେ ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଶାଶ୍ଵତ ପଟନାୟକ KBC ଜୁନିୟରରେ ଅଂଶ ଗ୍ରହଣ କରି ୧୩ ଲକ୍ଷ ୪୦ ହଜାର ଟଙ୍କା ଜିତିଛନ୍ତି । ଏପରି କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଉମରକୋଟର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶାଶ୍ଵତ ପଟନାୟକ । ସେ ଭାରତ ବର୍ଷର ସବୁଠୁ ଲୋକପ୍ରିୟ ନ୍ୟାସନାଲ ଟିଭି ସୋ କୌନ ବନେଗା କୋରଡ ପତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ୧୩ ଲକ୍ଷ ୪୦ ହଜାର ଟଙ୍କା ଜିତି ନବରଙ୍ଗପୁର ଜିଲ୍ଲାରେ ଚହଳ ସୃଷ୍ଟି କରିଛନ୍ତି ।

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଗତ ୭ ତାରିଖ ରୁ ଖେଳି ମୁମ୍ବାଇରୁ ଉମରକୋଟ ଫେରି ଆସି ଥିଲେ। ଶାଶ୍ୱତଙ୍କର ଏହି ସଫଳତା ଖବର ପ୍ରଚାର ହେବା ପରେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଶାଶ୍ବତ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ସିନେମା ଜଗତର ଅପ୍ରତିଦ୍ଵନ୍ଦୀ ହିରୋ ଓ ସୁପରଷ୍ଟାର ଶ୍ରୀ ଅମିତାଭ ବଚ୍ଚନ ଏହି କେବିସି ସୋ’କୁ ପରିଚାଳନା କରିଥିବା ବେଳେ ଶାଶ୍ବତ ଙ୍କ ଖେଳରେ ସେ ଅତ୍ୟନ୍ତ ମୁଗ୍ଧ ହୋଇଥିଲେ । ଶାଶ୍ବତ ବିନା ଲାଇଫ ଲାଇନ ବ୍ୟବହାର କରି ୬ ଲକ୍ଷ ୪୦ ହଜାର ଜିତିଛନ୍ତି । ଯାହାକି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରିଥିଲା ।

ପିଲା ବେଳରୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଶାଶ୍ଵତ ପଟ୍ଟନାୟକ କୌନ ବନେଗା କୋରଡ ପତି ପରି ଏକ ନ୍ୟାସନାଲ୍‌ ଟିଭି ସୋ ରେ ଅଂଶ ଗ୍ରହଣ କରିବା ନବରଙ୍ଗପୁର ଜିଲ୍ଲା ପାଇଁ ବେଶ ଖୁସି ଆଣି ଦେଇଛି । ଉମରକୋଟ ସହର କୁ ଜାତୀୟ ସ୍ତର ରେ ପରିଚିତ କରାଇଛନ୍ତି ଶାଶ୍ଵତ ।

ଶାଶ୍ବତ ପଟ୍ଟନାୟକଙ୍କ ବାପା ହେଉଛନ୍ତି ଉମରକୋଟ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବକୋଦାର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଓ ମାତା ହେଉଛନ୍ତି ତୁଷ।ରି ପଟନାୟକ । ମା’ ଝରିଗାଁ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ଅଧ୍ୟାପିକା ଭାବେ କାର୍ଯ୍ୟ କରୁଛନ୍ତି । ୧୨ ଲକ୍ଷ ୫୦ ହଜାର ଟଙ୍କାରେ ସେ ପ୍ରଥମ ଲାଇଫ ଲାଇନ ନେବା ପରେ ପରବର୍ତ୍ତୀ ପ୍ରଶ୍ନର ଉତ୍ତର ଜାଣି ନ ପାରି ଦର୍ଶକଙ୍କ ସାହାଯ୍ୟ ମାଗିଥିଲେ। ଯେହେତୁ ପ୍ରଶ୍ନ ବହୁତ କଠିନ ଥିଲା ଦର୍ଶକ ଠିକ ଉତ୍ତର ଦେଇ ନ ପାରିବାରୁ ଶାଶ୍ଵତ ଖେଳକୁ ଛାଡ଼ି ସର୍ବ ମୋଟ ୧୩ ଲକ୍ଷ ୪୦ ହଜାର ଟଙ୍କା ନେଇ ବିଜୟୀ ହୋଇଥିଲେ। ଶାଶ୍ୱତ ୬ ଗୋଟି ଭାଷା ଜାଣିଥିବାରୁ ସୁପରଷ୍ଟାର ଶ୍ରୀ ଅମିତାଭ ବଚ୍ଚନ ଅତ୍ୟନ୍ତ ଖୁସି ହୋଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଶାଶ୍ଵତ ଓ ତାଙ୍କ ବାପା ମା ଅମିତାଭ ବଚ୍ଚନଙ୍କୁ ନବରଙ୍ଗପୁର ଜିଲ୍ଲାରେ ପ୍ରସିଦ୍ଧି ହାସଲ କରିଥିବା ଲାଖର ମାଛ ଓ ଧାନରେ ନିର୍ମିତ ଗଣେଷ ମୂର୍ତ୍ତି ଉପହାର ଦେଇ ଥିଲେ ଯାହାକୁ ନେଇ ଅମିତାଭ ବଚ୍ଚନ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ । ଶାଶ୍ୱତଙ୍କ ଏଭଳି କୃତିତ୍ୱ ସମସ୍ତଙ୍କ ମନରେ ଖୁସି ଆଣି ଦେଇଛି । ସେ ଏପରି ଭାବେ ଆହୁରି ସଫଳତା ହାସଲ କରନ୍ତୁ ତାହା ହିଁ ସମସ୍ତଙ୍କ ଇଚ୍ଛା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.