୨୬ ନମ୍ବର ଜାତୀୟ ରାଜପଥରେ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ, ୧୦ ଯାତ୍ରୀ ଆହତ

ବରଗଡ଼-ନବରଙ୍ଗପୁର ରାସ୍ତାରେ ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏଥିରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ ତିନି ଗୁରୁତର ହୋଇଛନ୍ତି |

ବରଗଡ଼-ନବରଙ୍ଗପୁର ରାସ୍ତାରେ ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏଥିରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ ତିନି ଗୁରୁତର ହୋଇଛନ୍ତି | ଗୁରୁତରଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ବସଟି ବରଗଡ଼ରୁ ନବରଙ୍ଗପୁର ଯାଉଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥର ଡୁଙ୍ଗୁରିପାଲି ସ୍ଥିତ ଖୁସlମାଲ ନିକଟରେ ବସର ଟାୟାର୍ ଫାଟି ଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.