ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ SO ପଦବୀ ଖାଲି, ଦରମା ମାସକୁ ୧ ଲକ୍ଷରୁ ଅଧିକ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସ୍ପେଶାଲିଷ୍ଟ କ୍ୟାଡର(SO) ଅଫିସର ପଦବୀ ଖାଲି ପଡିଛି । ଆବେଦନ ପ୍ରକ୍ରିୟା ୨୮ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୯ ନଭେମ୍ବର ୨୦୨୩ ରହିଛି ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସ୍ପେଶାଲିଷ୍ଟ କ୍ୟାଡର(SO) ଅଫିସର ପଦବୀ ଖାଲି ପଡିଛି । ରେଜିଷ୍ଟ୍ରେସନ ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବା ପାଇଁ ଇଚ୍ଛା ରଖିଛନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ centralbankofindia.co.in. କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୯୨

ଖାଲିପଡିଥିବା ପଦବୀ ଆଇଟି, ରିସ୍କ ମ୍ୟାନେଜର, ଫାଇନାନ୍ସିଆଲ ଏନାଲିଷ୍ଟ, ଲ ଅଫିସର, କ୍ରେଡିଟ ଅଫିସର, ସିକ୍ୟୁରିଟି ଅଫିସର, ଲାଇବ୍ରେରିଆନ ।

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ୨୮ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୯ ନଭେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଭିନ୍ନ ଭିନ୍ନ ରହିଛି । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଯାଇ ଚେକ୍‌ କରିପାରିବେ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଜେନେରାଲ ପ୍ରାର୍ଥୀ ୮୫୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି, PWD ଏବଂ ମହିଳା ପ୍ରାର୍ଥୀ ଆବେଦନ ଶୁଳ୍କ ୧୭୫ ଟଙ୍କା ଦେବାକୁ ହେବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ପ୍ରଥମେ ଲିଖିତ ପରୀକ୍ଷା ହେବ ଏବଂ ତା’ ପରେ ଇଣ୍ଟରଭ୍ୟୁ ହେବ । ତେବେ ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇଛି ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ବିଭିନ୍ନ ପଦବୀରେ ଅଲଗା ଅଲଗା ଦରମା ମିଳିବ । ତେବେ ସ୍କେଲ ୫ ପାଇଁ ଦରମା ୮୯,୦୦୦ରୁ ୧ ଲକ୍ଷ ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି ।

ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.