ଡେବ୍ରିଗଡ଼ ଜଙ୍ଗଲରେ ଦେଖାଗଲା ମହାବଳ ବାଘ

ପୁଣି ସମ୍ବଲପୁର ଡେବ୍ରିଗଡ଼ ଜଙ୍ଗଲରେ ଦେଖାଯାଇଛି ମହାବଳ ବାଘ l ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘର ଫଟୋ l ବାଘର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ ଡିଏଫଓ l

ସମ୍ବଲପୁର : ପୁଣି ସମ୍ବଲପୁର ଡେବ୍ରିଗଡ଼ ଜଙ୍ଗଲରେ ଦେଖାଯାଇଛି ମହାବଳ ବାଘ l ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘର ଫଟୋ l ବାଘର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ ଡିଏଫଓ l ପୂର୍ବରୁ କିଛି ପର୍ଯ୍ୟଟକଙ୍କ କ୍ୟାମେରାରେ ମହାବଳର ଫଟୋ କଏଦ ହେଇଥିଲା l

ମହାବଳର ଗତି ଜାଣିବା ପାଇଁ ଜଙ୍ଗଲରେ ଅନେକ ଟ୍ରାପ କ୍ୟାମେରା ଖଞ୍ଜା ଯାଇଛି l ଯେଉଁଥିରେ ଏହି ବାଘର ଫଟୋ ସ୍ପଷ୍ଟ ଆସିଛି l ଦିନ ବେଳା ଘଞ୍ଚ ଜଙ୍ଗଲ ମଧ୍ଯରେ ରହୁଥିବା ବାଘ ରାତି ହେଲେ ରାସ୍ତାକୁ ଚାଲି ଆସୁଛି l ଏହି ଫଟୋଟି ଜଙ୍ଗଲ ରାସ୍ତାର ବୋଲି ଜଣାପଡିଛି l ଫଟୋ ଦେଖିଲେ ବାଘଟି ସମ୍ପୂର୍ଣ ସୁସ୍ଥ ଥିବା ମଧ୍ୟ ଜଣାପଡୁଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.