ଭୟଙ୍କର ବିମାନ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ୧୨ ଜୀବନ

ଏହି ଦୁର୍ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ବିମାନରୁ ଭୟଙ୍କର ଭାବେ ନିଆଁ ଉଠୁଥିବା ଦେଖାଯାଇଛି । କୁହାଯାଉଛି ଯେ ବିମାନରେ କିଛି ପର୍ଯ୍ୟଟକ ଏବଂ ବାକି ପ୍ରଶାସନିକ ଲୋକ ଥିଲେ ।

ବ୍ରାଜିଲର ଆମାଜନ ଜଙ୍ଗଲରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ନ୍ୟୁଜ୍ ଏଜେନ୍ସି ଏପି ଅନୁସାରେ ଏହି ଦୁର୍ଘଟଣା ଏଠାକାର ମୁଖ୍ୟ ବିମାନ ବନ୍ଦର ରିଓ ବ୍ରାଙ୍କୋ ନିକଟରେ ଘଟିଛି । ମିଳିଥିବା ସୂଚନା ଅନୁସାରେ – ଏହା ଏକ ଛୋଟ ବିମାନ ଥିଲା ।

ଏହି ଦୁର୍ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ବିମାନରୁ ଭୟଙ୍କର ଭାବେ ନିଆଁ ଉଠୁଥିବା ଦେଖାଯାଇଛି । କୁହାଯାଉଛି ଯେ ବିମାନରେ କିଛି ପର୍ଯ୍ୟଟକ ଏବଂ ବାକି ପ୍ରଶାସନିକ ଲୋକ ଥିଲେ ।

୨୫ ଦିନ ପୂର୍ବରୁ ମଧ୍ୟ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଥିଲା । ସେପ୍ଟେମ୍ବର ୧୭ରେ ବିମାନ ଦୁର୍ଘଟଣାରେ ପାଇଲଟ ଏବଂ ସହ-ପାଇଲଟଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ବ୍ରାଜିଲ ଏବଂ ଆମେରିକାର ଯାତ୍ରୀମାନେ ସାମିଲ ଥିଲେ । ସମସ୍ତ ଯାତ୍ରୀ ବାର୍ସିଲୋସରେ ଫିସିଂ କରିବାକୁ ଯାଉଥିଲେ।

ଆମାଜୋନାସର ରାଜଧାନୀ ମାନାସ୍ ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ବାର୍ସିଲୋସ୍ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଥିଲା । ବ୍ରାଜିଲର ଗଣମାଧ୍ୟମ ଅନୁଯାୟୀ, ଖରାପ ପାଗ ହେତୁ ପାଇଲଟ୍ ବିମାନ ଲ୍ୟାଣ୍ଡ କରିବା ପାଇଁ ଲ୍ୟାଣ୍ଡିଂ ଷ୍ଟ୍ରିପ୍ର ଅନୁମାନ କରିପାରିନଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.