କେରଳ ଏର୍ଣ୍ଣାକୁଲମ କନ୍‌ଭେନସନ ସେଣ୍ଟର ବିସ୍ଫୋରଣ : ମୃତକଙ୍କ ସଂଖ୍ୟା ୩ କୁ ବୃଦ୍ଧି, ମୁଖ୍ୟମନ୍ତ୍ରୀ ବିଜୟନ ଡାକିଲେ ସର୍ବଦଳୀୟ ବୈଠକ

କେରଳ ଏର୍ଣ୍ଣାକୁଲମରେ ଏକ କନ୍‌ଭେନସନ ସେଣ୍ଟରରେ ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇ ୧୦ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।

କେରଳ ଏର୍ଣ୍ଣାକୁଲମରେ ଏକ କନ୍‌ଭେନସନ ସେଣ୍ଟରରେ ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ଏହି ଘଟଣାରେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ହସପିଟାଲରେ ଚାଲିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇ ୧୦ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ବିସ୍ଫୋରଣ ପାଇଁ ଆଇଇଡି ବିସ୍ଫୋରକ ସାମଗ୍ରୀକୁ ଟିଫିନ ଭିତରେ ଲୁଚାଇ ଅଣାଯାଇଥିଲା ବୋଲି ସୂଚନା ମିଳିଛି । ବିସ୍ଫୋରଣ ପାଇଁ ଇନସୋୟରୀ ଡିଭାଇସର ବ୍ୟବହାର କରାଯାଇଥିଲା । ବିସ୍ଫୋରଣ ପରେ ମୁମ୍ବାଇ ଓ ପୁନେରେ ସତର୍କ ସୂଚନା ଦିଆଯାଇଛି । ପୂର୍ବରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଜଣେ ୧୨ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ଆହତ ହୋଇଥିବା କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଏହି ମାମଲାରେ ଜଣକୁ ଗିରଫ କରାଯାଇଥିଲା । ପୋଲିସ ଆଇପିସି ଧାରା ୩୦୨ ଏବଂ ୩୦୭ ଅଧିନରେ ମାମଲା ରୁଜୁ କରିଛି ।

ଆତ୍ମସମର୍ପଣ କରିଥିବା ବ୍ୟକ୍ତିର ନାମ ଡୋମିନିକ୍ ମାର୍ଟିନ। ସେ ଦାବି କରିଛି ଯେ ସେ ଏହି ସଭାର ଏକ ଗୋଷ୍ଠୀ ସହିତ ଜଡିତ ଅଛି । ଆମେ ଏହାକୁ ନିଶ୍ଚିତ କରୁଛୁ । ଏହି ମାମଲାର ସମସ୍ତ ଦିଗ ଉପରେ ଆମେ ଦୃଷ୍ଟି ରଖିଛୁ । ହଲ୍‌ ମଝିରେ ଏହି ବିସ୍ଫୋରଣ ଘଟିଥିବା ଏଡିଜିପି ସୂଚନା ଦେଇଛନ୍ତି ।

ଖବର ମୁତାବକ, କେରଳର ଏର୍ଣ୍ଣାକୁଲାମର କଳାମସେରୀ ସ୍ଥିତ କନ୍ଭେନସନ ହଲରେ ଖୀଷ୍ଟ୍ର ଧର୍ମାଲମ୍ବୀଙ୍କ ପ୍ରାର୍ଥନା ସଭା ଚାଲିଥିଲା । ଏହି ସମୟରେ ୨୦୦୦ରୁ ଅଧିକ ଲୋକ ଉପସ୍ଥିତ ରହିଥିଲେ । ପ୍ରଥମେ ୯.୩୦ ମିନିଟରେ ବିସ୍ଫୋରଣ ହୋଇଥିଲା । ପାଖାପାଖି ୧୫-୨୦ ମିନିଟ୍ ଭିତରେ ୩ଟି ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସହିତ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ବିସ୍ଫୋରଣ ଯୋଗୁଁ କେତେକ ଆହତ ହୋଇଥିବା ବେଳେ ଭୟରେ ସମ୍ମଳନୀ କେନ୍ଦ୍ରରୁ ଧାଇଁ ପଳାଉଥିବା ବେଳେ ଆଉ କେତେ ଜଣ ପଡ଼ିଯିବାରୁ ବା ଅନ୍ୟ କୌଣସି କାରଣରୁ ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.