ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ, ମିଳିଲା ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ

ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଶେଷ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ୍‌ ବୈଠକ ଆରମ୍ଭ ହୋଇଥିଲା। ୧୪ଟି ପ୍ରସ୍ତାବରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଶେଷ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ୍‌ ବୈଠକ ଆରମ୍ଭ ହୋଇଥିଲା। ୧୪ଟି ପ୍ରସ୍ତାବରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ । ଶନିବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ ଥିଲା। ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ରାଜଧାନୀର ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ହେବା ନେଇ କ୍ୟାବିନେଟରେ ସବୁଜ ସଂକେତ ମିଳିଛି । ଉତ୍କଳ ଯାଦବ ମହାସଭାର ୫ କୋଟି ୬୦ ଲକ୍ଷ ଟଙ୍କାର ଋଣ ଛାଡ଼ ହେବାକୁ ମଞ୍ଜୁରୀ ମିଳିଛି।  କଟକ ମହାନଦୀ ଉପରେ ହେବ ଉଚ୍ଚସେତୁ।ସେହିପରି କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ।

ଅନ୍ୟପକ୍ଷରେ ସାଲେପୁର ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ସେତୁ ନିର୍ମାଣରେ ଖର୍ଚ୍ଚ ହେବ ୧୨୮ କୋଟି ୭୧ ଲକ୍ଷ ଟଙ୍କା । ୩୬ ମାସରେ ସରିବ ଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ। ରାଜ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ଼ ସ୍ଥାପନ କରାଯିବା ନେଇ କ୍ୟାବିନେଟ ମଞ୍ଜୁର ମିଳିଛି । ୬ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ଼ ପ୍ରତିଷ୍ଠା କରାଯିବ । ପୁନଃନିର୍ମାଣ ହେବ ରାଜ୍ୟର ପୁରାତନ କରନାଳୀ । ଜଳସେଚିତ ଅଞ୍ଚଳରେ ପୁନଃନିର୍ମାଣ ହେବ କରନାଳୀ । ୬୨ ହଜାର ହେକ୍ଟରରେ ୧୮୬୦ କିଲୋମିଟର କରନାଳୀ ହେବ । ଭେଟେରେନାରୀ କ୍ୟାଡରର ସଂଶୋଧନ ନେଇ କ୍ୟାବିନେଟରେ ମଞ୍ଜୁର ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.