ହ୍ୟାକର୍ସଙ୍କ ଟାର୍ଗେଟରେ ଗୁଗଲ ଡ୍ରାଇଭ୍‌, ସମସ୍ତ ୟୁଜରଙ୍କୁ ଆଲର୍ଟ କଲା ଗୁଗଲ

ଏବେ ଗୁଗଲ୍ ଡ୍ରାଇଭ୍ ହ୍ୟାକର୍ସମାନଙ୍କର ଟାର୍ଗେଟ୍ ରେ ରହିଛି । ଏହା ଆମେ ନୁହେଁ ବରଂ ଗୁଗଲ ନିଜେ କହିଛି । ଗୁଗଲ ଏହାର ସମସ୍ତ ଗୁଗଲ୍ ଡ୍ରାଇଭ୍ ୟୁଜରଙ୍କୁ ଚେତାବନୀ ଦେଇଛି ଯେ ୟୁଜରମାନେ ସ୍ପାମ୍ କଲ୍‌ କିମ୍ବା ମେସେଜର ଶିକାର ନ ହୁଅନ୍ତୁ ।

ଯଦି ଆପଣ ଜଣେ ଗୁଗଲ୍ ୟୁଜର୍ ଏବଂ ଗୁଗଲ୍ ଡ୍ରାଇଭ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏବେ ଗୁଗଲ୍ ଡ୍ରାଇଭ୍ ହ୍ୟାକର୍ସମାନଙ୍କର ଟାର୍ଗେଟ୍ ରେ ରହିଛି । ଏହା ଆମେ ନୁହେଁ ବରଂ ଗୁଗଲ ନିଜେ କହିଛି । ଗୁଗଲ ଏହାର ସମସ୍ତ ଗୁଗଲ୍ ଡ୍ରାଇଭ୍ ୟୁଜରଙ୍କୁ ଚେତାବନୀ ଦେଇଛି ଯେ ୟୁଜରମାନେ ସ୍ପାମ୍ କଲ୍‌ କିମ୍ବା ମେସେଜର ଶିକାର ନ ହୁଅନ୍ତୁ ।

ଗୁଗଲ୍ କହିଛି ଯେ ଗୁଗଲ୍ ଡ୍ରାଇଭ୍ ୟୁଜରମାନଙ୍କ ପାଖକୁ ସନ୍ଦେହଜନକ ଫାଇଲଗୁଡିକର ଲିଙ୍କ୍ ଆସୁଛି। ଗୁଗଲ କହିଛି ଯେ ଏହାର ଟେକନିକାଲ୍‌ ଟିମ୍‌ ମଧ୍ୟ ଏହି ସ୍ପାମ୍ କୁ ନେଇ ସତର୍କ ହୋଇଛି ଏବଂ ଟିମ୍‌ ଏହାକୁ ଠିକ୍‌ କରିବା ପାଇଁ କାର୍ଯ୍ୟ କରୁଛି ।

ଗୁଗଲ୍ କହିଛି ଯେ ଯଦି ଆପଣ ଗୁଗଲ୍ ଡ୍ରାଇଭ୍ କୁ ନେଇ କୌଣସି ଲିଙ୍କ୍ ପାଉଛନ୍ତି ତେବେ ଏଥିରେ କ୍ଲିକ୍ କରନ୍ତୁ ନାହିଁ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଗୁଗଲ ଡ୍ରାଇଭ୍‌ ସମ୍ବନ୍ଧୀୟ କୌଣସି ଏକ ମେଲ୍ ଆସିଛି ତେବେ ଏଥିରେ ମଧ୍ୟ କ୍ଲିକ୍ କରନ୍ତୁ ନାହିଁ ।

ଏହା ବ୍ୟତୀତ ଯଦି କୌଣସି ଲିଙ୍କ ଗୁଗଲ୍ ଡ୍ରାଇଭ୍ ର ଆପ୍ରୁଭାଲ୍‌ ପାଇଁ ଆସେ, ତେବେ ଏଥିରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଏହାକୁ ଆପ୍ରୁଭ୍‌ କରନ୍ତୁ ନାହିଁ । ଏହି ପରି ମେଲ୍ କୁ ସ୍ପାମ୍ ରେ ରଖନ୍ତୁ । ଯଦି ଆବଶ୍ୟକ ହୁଏ ଏପରି ମେଲ ପଠାଉଥିବା ID କୁ ମଧ୍ୟ ବ୍ଲକ୍‌ କରନ୍ତୁ । ଅନେକ ଥର ଗୁଗଲ ନିଜେ ଏପରି ଫାଇଲକୁ ବ୍ଲକ୍‌ କରିଥାଏ । ଏପରି ପରିସ୍ଥିତିରେ ୟୁଜରମାନେ ଏହାକୁ ଖୋଲିପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.