ବର୍ଷା ପାଣିରେ ଉବୁଟୁବୁ ସ୍ୱାସ୍ଥ୍ୟକେନ୍ଦ୍ର, କୁତ୍ରିମ ବନ୍ୟାରେ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଓଦା

ବର୍ଷା ପାଣିରେ ଉବୁଟୁବୁ ଡାକ୍ତରଖାନା । ସବୁଠି ଜମିରହିଛି ପାଣି । ତାରି ଭିତରେ ପଶି ହଇରାଣ ହୋଇ ଯିବା ଆସିବା କରୁଛନ୍ତି ଡାକ୍ତର, କର୍ମଚାରୀ, ରୋଗୀ ସଭିଏଁ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସରାଏ ବର୍ଷାରେ ସୃଷ୍ଟି ହୋଇଛି ଏହି କୁତ୍ରିମ ବନ୍ୟା ।

ବାସୁଦେବପୁର(କେନ୍ୟୁଜ୍): ବର୍ଷା ପାଣିରେ ଉବୁଟୁବୁ ଡାକ୍ତରଖାନା । ସବୁଠି ଜମିରହିଛି ପାଣି । ତାରି ଭିତରେ ପଶି ହଇରାଣ ହୋଇ ଯିବା ଆସିବା କରୁଛନ୍ତି ଡାକ୍ତର, କର୍ମଚାରୀ, ରୋଗୀ ସଭିଏଁ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସରାଏ ବର୍ଷାରେ ସୃଷ୍ଟି ହୋଇଛି ଏହି କୁତ୍ରିମ ବନ୍ୟା ।

ତେବେ ଏହାଫଳରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ରୋଗୀଟିଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାସୁଦେବପୁର ଡାକ୍ତରଖାନାକୁ ୫ଟିରେ ରୂପାନ୍ତରିତ କରିଛନ୍ତି । ହେଲେ ଅପାରଗ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ପାଇଁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ସାଧାରଣ ଜନତା ।

ଅସରାଏ ବର୍ଷାରେ ଡାକ୍ତରଖାନାର ଅବସ୍ଥା ନ କହିବା ଭଲ । ଏତେ ଗୁଡାଏ ଟଙ୍କା ଖର୍ଚ୍ଚ କରାଯାଇ ଡାକ୍ତରଖାନାକୁ ଚକାଚକ କରାଯାଇଛି । ହେଲେ ପାଣି ନିଷ୍କାସନ ପାଇଁ ଭୁଲି ଯାଇଛି ବିଭାଗୀୟ ଅଧିକାରୀ । ଡ୍ରେନେଜ ବ୍ୟବସ୍ଥା ଫେଲ ମାରିଥିବାରୁ ଅସରାଏ ବର୍ଷାରେ ପାଣି ନିଷ୍କାସନ ହୋଇ ନପାରି ଡାକ୍ତରଖାନା ଆଗରେ ଜମି ରହି କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି ।

ଆଗରୁ ଥିବା ଡ୍ରେନେଜକୁ ପୋତି ନୂତନ ଭାବେ ଡାକ୍ତରଖାନା ରୂପାନ୍ତରିତ ହୋଇଥିବାରୁ ଡାକ୍ତରଖାନା ଆଗରେ ବନ୍ୟା ସୃଷ୍ଟି ହୋଇଛି। କେବଳ ଯେ ଡାକ୍ତରଖାନା ଆଗରେ ବନ୍ୟା ସୃଷ୍ଟି ହୋଇଛି ତାହା ନୁହେଁ ଡାକ୍ତରଖାନା ପରିସର ମଧ୍ୟରେ ଥିବା ଔଷଧ ଦୋକାନରେ ପାଣି ପଶି ଯିବାରୁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଓଦା ହୋଇ ନଷ୍ଟ ହୋଇଯାଇଛି । ଉଦୁଉଦିଆ ଖରା ଦିନେ ଯଦି ଅସରାଏ ବର୍ଷାରେ ଏଭଳି ସ୍ଥିତି, ତେବେ ବର୍ଷା ଦିନରେ କଣ ହେବ ପରିସ୍ଥିତି ଚିନ୍ତା କରନ୍ତୁ । ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.