ଛୋଟ କୁମ୍ଭୀରକୁ ମାରି ଖାଇଲା ବଡ଼ କୁମ୍ଭୀର, ଭାଇରାଲ ହେଉଛି ଭିଡିଓ

ଗୋଟିଏ କୁମ୍ଭୀର ଅନ୍ୟ ଏକ କୁମ୍ଭୀର ଗିଳିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦ ରିଏଲ ଟାରଜନ୍‌ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ।

ଜୀବ ଜନ୍ତୁଙ୍କର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରତ୍ୟେକ ଭିଡିଓରେ କିଛି ନା କିଛି ଖାସ୍‌ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଭିଡିଓ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ କୁମ୍ଭୀର ଅନ୍ୟ ଏକ କୁମ୍ଭୀର ଗିଳିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦ ରିଏଲ ଟାରଜନ୍‌ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଯେଉଁଥିରେ କ୍ୟାପସନ୍ ଦିଆଯାଇଛି “ବଡ କୁମ୍ଭୀର ଛୋଟ କୁମ୍ଭୀରକୁ ଖାଉଛି।”

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ଏକ ବଡ଼ କୁମ୍ଭୀର ନିଜ ପାଟିରେ ଛୋଟ କୁମ୍ଭୀରକୁ ଧରି ମାଟିରେ ପିଟିବାରେ ଲାଗିଛି । କୁମ୍ଭୀରଟି ଅନ୍ୟ ଏକ କୁମ୍ଭୀରକୁ ଏଭଳି ଆକ୍ରମଣ କରିଛି ଯେ ଉକ୍ତ କୁମ୍ଭୀର ନିଜକୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା ଛାଡ଼ି ଦେଇଛି ।

ଭିଡିଓ ଭାଇରାଲ ହେବା ପରଠାରୁ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି , ଇନଷ୍ଟାଗ୍ରାମ ୟୁଜରମାନେ ଭିଡିଓକୁ ନେଇ କମେଣ୍ଟ ଦେଉଛନ୍ତି । କୁମ୍ଭୀରମାନେ ସାଧାରଣତଃ ଅନ୍ୟ ଜୀବକୁ ଆକ୍ରମଣ କରି ଖାଇଥାନ୍ତି । କିନ୍ତୁ ଏଠାରେ କୁମ୍ଭୀରଟି ନିଜ ପ୍ରଜାତିର ଜୀବକୁ ହିଁ ଖାଇଛି, ଯାହା ସତରେ ଆଶ୍ଚର୍ଯ୍ୟଜନକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.