ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ ବ୍ୟବସ୍ଥା, ମାଟ୍ରିକ ରେଜଲ୍ଟ ବାହାରିବାର ୭ ଦିନ ଭିତରେ ମିଳିବ ସାର୍ଟିଫିକେଟ

ରେଜଲ୍ଟ ବାହାରିବାର ୭ ଦିନ ଭିତରେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ସାର୍ଟିଫିକେଟ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଡିଜିଟାଲ ମୋଡରେ ଅନଲାଇନରେ ଏହି ସାର୍ଟିଫିକେଟ ଉପଲବ୍ଧ ହେବ। ପୂର୍ବବର୍ଷ ଭଳି ସାର୍ଟିଫିକେଟର ହାର୍ଡ କପି ମଧ୍ୟ ପରୀକ୍ଷାର୍ଥୀଙ୍କୁ ଯୋଗାଇ ଦିଆଯିବ।

କଟକ (କେନ୍ୟୁଜ): ମାଟ୍ରିକ ରେଜଲ୍ଟ ବାହାରିବାର ୭ ଦିନ ଭିତରେ ପରୀକ୍ଷାର୍ଥୀଙ୍କୁ ମିଳିବ ସାର୍ଟିଫିକେଟ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଡିଜିଟାଲ ମୋଡରେ ଅନଲାଇନରେ ଏହି ସାର୍ଟିଫିକେଟ ଉପଲବ୍ଧ ହେବ। ପୂର୍ବବର୍ଷ ଭଳି ସାର୍ଟିଫିକେଟର ହାର୍ଡ କପି ମଧ୍ୟ ପରୀକ୍ଷାର୍ଥୀଙ୍କୁ ଯୋଗାଇ ଦିଆଯିବ। ରେଜଲ୍ଟ ବାହାରିବାର ଏକ ମାସ ଭିତରେ ସ୍କୁଲ ମାଧ୍ୟମରେ ହାର୍ଡ କପି ପାଇପାରିବେ ଛାତ୍ରଛାତ୍ରୀ। ନୂଆ ବ୍ୟବସ୍ଥା ସଂପର୍କରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଚାଳିଛି ମାଟ୍ରିକ ଖାତାଦେଖା। ସର୍ବନିମ୍ନ ୧୫ ଦିନ ଲାଗିବ ମୂଲ୍ୟାୟନ କାର୍ଯ୍ୟ । ଅନଲାଇନ୍ ରେ ବୋର୍ଡ ଅଫିସରେ ମୂଲ୍ୟାୟନର ତଦାରଖ କରାଯାଉଛି। ୧୦ ଜଣ ସୁପରଭାଇଜର ମୂଲ୍ୟାୟନ ତଦାରଖ କରୁଛନ୍ତି । ମୂଲ୍ୟାୟନ କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ହୋଇଛି।

ଗତକାଲିଠୁ ରାଜ୍ୟର ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତାଦେଖା । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ମଧ୍ୟମା ଓ ଓପନ ସ୍କୁଲ ଖାତା ମୂଲ୍ୟାୟନ ହେବ। ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ କଡା ସୁରକ୍ଷା ମଧ୍ୟରେ ଏହି ଖାତା ମୂଲ୍ୟାୟନ ହେଉଛି । ଯେଉଁଥିରେ ନିୟୋଜିତ ରହିଛନ୍ତି ୧୫ହଜାରରୁ ଅଧିକ ଶିକ୍ଷକ । ସବଜେକ୍ଟିଭ୍ ଉତ୍ତର ଗୁଡ଼ିକର ମୂଲ୍ୟାୟନ ୧୪ ଦିନ ଭିତରେ ସରିବ । ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ପିଇବା ପାଣି, ଫ୍ୟାନ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୂଚନା ଅନୁସାରେ, ଗତ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ୍ ଆରମ୍ଭ ହୋଇଥିବା ବେଳେ ୪ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ମୋଟ ୫ଲକ୍ଷ ୫୧ହଜାର ୬୧୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.