Below header

ଅଭିଷେକ ବଚ୍ଚନଙ୍କୁ ମିଳିଲା ଏକ ନୂଆ ଫିଲ୍ମ, ଏହି ନିର୍ଦ୍ଦେଶକଙ୍କ ସହିତ କରିବେ କାମ

ଫିଲ୍ମ ‘ଘୁମର’ ପରେ ଏବେ ଅଭିଷେକ ବଚ୍ଚନ ତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଅଭିନେତା ତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ ଚଳଚ୍ଚିତ୍ର ନିର୍ମାତା ସୁଜିତ ସରକାରଙ୍କ ସହ କାମ କରିବାକୁ ଯାଉଛନ୍ତି । ତେବେ ‘ପିକୁ’ ଏବଂ ‘ସର୍ଦ୍ଦାର ଉଦ୍ଧାମ’ ଭଳି ଫିଲ୍ମ ପାଇଁ ସୁଜିତ ସରକାର ବଲିଉଡ ଇଣ୍ଡଷ୍ଟ୍ରୀରେ ଜଣାଶୁଣା ।

ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଘୁମର’ରେ ଦେଖିବାକୁ ମିଳିଥିଲା । ତେବେ ଫିଲ୍ମ ବକ୍ସ ଅଫିସରେ ଏତେ ଭଲ କଲେକ୍ସନ୍‌ କରିନଥିଲା । କିନ୍ତୁ ଏହି ଫିଲ୍ମରେ ଅଭିନେତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏବେ ଅଭିଷେକ ବଚ୍ଚନ ତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଅଭିନେତା ତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ ଚଳଚ୍ଚିତ୍ର ନିର୍ମାତା ସୁଜିତ ସରକାରଙ୍କ ସହ କାମ କରିବାକୁ ଯାଉଛନ୍ତି । ତେବେ ‘ବିକି ଡୋନର’, ‘ପିକୁ’ ଏବଂ ‘ସର୍ଦ୍ଦାର ଉଦ୍ଧାମ’ ଭଳି ଫିଲ୍ମ ପାଇଁ ସୁଜିତ ସରକାର ବଲିଉଡ ଇଣ୍ଡଷ୍ଟ୍ରୀରେ ଜଣାଶୁଣା ।

ତେବେ ସୁଜିତ ସରକାର ଏହି ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା କରିନାହାଁନ୍ତି । କିନ୍ତୁ କୁହାଯାଉଛି ଯେ ଏହି ଫିଲ୍ମ ଆସନ୍ତା ବର୍ଷ ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ନିକଟରେ ଏକ ୱେବ୍ ପୋର୍ଟାଲ୍ ସହିତ କଥାବାର୍ତ୍ତା କରୁଥିବାବେଳେ ସୁଜିତ ସରକାର କହିଛନ୍ତି ଯେ ଏହା ଏକ ଇମୋସ୍‌ନାଲ ଫିଲ୍ମ ହେବ । ମୋର ଷ୍ଟୋରି ସବୁବେଳେ ପ୍ରକୃତ ଜୀବନ ଉପରେ ଆଧାରିତ ହୋଇଥାଏ । ତେବେ ମୁଁ ମୋର ସମସ୍ତ ଫିଲ୍ମକୁ ଏକ ଭିନ୍ନ ଷ୍ଟାଇଲ୍‌ରେ ଦର୍ଶକଙ୍କ ସାମ୍ନାକୁ ଆଣିଥାଏ । ବର୍ତ୍ତମାନ ସୁଜିତ ସରକାରଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅଭିଷେକ ବଚ୍ଚନ ଏବଂ ସୁଜିତ ସରକାର ଏକାଠି କାମ କରିବା ଦେଖିବାକୁ ଅତ୍ୟନ୍ତ ମଜାଦାର ହେବ ।

ଆପଣମାନେ ତ ଜାଣିଥିବେ ଯେ ଅଭିଷେକଙ୍କ ପିତା ଅମିତାଭ ବଚ୍ଚନଙ୍କ ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ବିଗ୍ ବି ୨୦୧୫ର କମେଡି ଫିଲ୍ମ ‘ପିକୁ’ରେ ସୁଜିତ ସରକାରଙ୍କ ସହ କାମ କରିଥିଲେ । ଏଥିରେ ଦୀପିକା ପାଦୁକୋନ ଏବଂ ଇରଫାନ ଖାନ ନଜର ଆସିଥିଲେ । ଏହା ବ୍ୟତୀତ ସୁଜିତ ୨୦୧୬ରେ କୋର୍ଟ ରୁମ୍ ଡ୍ରାମା ‘ପିଙ୍କ୍‌’ ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏଥିରେ ଅମିତାଭ ଜଣେ ଓକିଲ ଭୂମିକାରେ ଅଭିନୟ କରିଥିଲେ । ବିଗ୍ ବି ଏବଂ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ୨୦୨୦ର କମେଡି ଫିଲ୍ମ ‘ଗୁଲାବୋ ସୀତାବୋ’ ମଧ୍ୟ ସୁଜିତ ସରକାର ନିର୍ଦ୍ଦେଶନା ଦେଇଥିଲେ । ତେବେ ପ୍ରତ୍ୟେକ ଫିଲ୍ମରେ ସୁଜିତ ଗୋଟିଏ ଗୋଟିଏ ଦମ୍‌ଦାର ଷ୍ଟୋରି ପ୍ରଦର୍ଶନ କରିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି, ଯେ ଏଥର ମଧ୍ୟ ସୁଜିତ ସରକାର ଏକ ଭଲ ଷ୍ଟୋରି ସହିତ ଆସିବାକୁ ଯାଉଛନ୍ତି । ଏହା ବ୍ୟତୀତ ବହୁତ ଦିନ ପରେ ଅଭିଷେକ ବଚ୍ଚନଙ୍କ ଅଭିନିତ ଫିଲ୍ମ ପାଇଁ ମଧ୍ୟ ଦର୍ଶକ ଉତ୍ସାହାର ସହ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.