ପିଏମ୍ ସୂର୍ଯ୍ୟଘର ଯୋଜନା : ଗୋଟିଏ ମାସରେ ୧ କୋଟିରୁ ଅଧିକ ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ଆବେଦନ

ପ୍ରଧାନମନ୍ତ୍ରୀ Xରେ ପୋଷ୍ଟ କରି ଲେଖିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନା ଲାଗି ଦେଶର ସମସ୍ତ ରାଜ୍ୟରେ ପଞ୍ଜିକରଣ କରାଯାଉଛି । ଆସାମ, ବିହାର, ଗୁଜୁରାଟ, ମହାରାଷ୍ଟ୍ର, ଓଡିଶା, ତାମିଲନାଡୁ ଓ ଉତ୍ତରପ୍ରଦେଶ ପରି ରାଜ୍ୟରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ ହୋଇଛି ।

ପିଏମ୍ ସୂର୍ଯ୍ୟଘର ଯୋଜନାରେ କୋଟିଏରୁ ଅଧିକ ପଞ୍ଜିକରଣ ହୋଇଛି । ଯୋଜନା ଲଞ୍ଚ ହେବାର ମାତ୍ର ଏକ ମାସ ଭିତରେ ୧ କୋଟି ପରିବାର ପିଏମ୍ ସୂର୍ଯ୍ୟଘର ଯୋଜନା ଲାଗି ପଞ୍ଜିକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗଣା ବିଜୁଳି ଯୋଜନାରେ ସାରା ଦେଶରେ ପ୍ରାୟ ୧ କୋଟି ଘରକୁ ସୌର ବିଦ୍ୟୁତ ସୁବିଧା ପ୍ରଦାନ କରିବା ନେଇ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ Xରେ ପୋଷ୍ଟ କରି ଲେଖିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନା ଲାଗି ଦେଶର ସମସ୍ତ ରାଜ୍ୟରେ ପଞ୍ଜିକରଣ କରାଯାଉଛି । ଆସାମ, ବିହାର, ଗୁଜୁରାଟ, ମହାରାଷ୍ଟ୍ର, ଓଡିଶା, ତାମିଲନାଡୁ ଓ ଉତ୍ତରପ୍ରଦେଶ ପରି ରାଜ୍ୟରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ ହୋଇଛି । ଏପରି ସ୍ଥିତିରେ ଯେଉଁମାନେ ଏ ପର୍ଯ୍ୟନ୍ତ ପଞ୍ଜିକରଣ କରାଇନାହାନ୍ତି ସେମାନେ ଜଲଦି ପଞ୍ଜିକରଣ କରାଇ ନିଅନ୍ତୁ ।

ପିଏମ୍ ସୂର୍ଯ୍ୟଘର ଯୋଜନାରେ ଦେଶର ପ୍ରତି ଗରିବ ପରିବାରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ । ଏହି ଯୋଜନାରେ ଗରିବ ଓ ମଧ୍ୟ ବର୍ଗ ପରିବାରଙ୍କୁ ବିଜୁଳି ମିଳିବ । ଏହି ଯୋଜନାର ଲାଭ ୧ କୋଟି ପରିବାରକୁ ଦିଆଯିବ । ଏହି ଯୋଜନାରେ ଯେଉଁମାନେ ନିଜ ଘରର ଛାତ ଉପରେ ସୋଲାର ସିଷ୍ଟମ ଲଗାଇବେ ସେମାନଙ୍କୁ ସବସିଡି ପ୍ରଦାନ କରାଯିବ ।

ଏହି ଯୋଜନାରେ ଇଚ୍ଛୁକ ଲୋକ ନିଜ ଖାଲି ଛାତର ସଠିକ ବ୍ୟବହାର କରି ବିଜୁଳି ଉତ୍ପାଦନ କରିପାରିବେ । ଏହାଦ୍ୱାରା ଇଲେକ୍ଟ୍ରିକ ବାହାନ ଚାର୍ଜିଂରେ ମଧ୍ୟ ସହାୟକ ହେବ । ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆଧାର କାର୍ଡ, ଆୟ ପ୍ରମାଣ ପତ୍ର, ରାଶନ କାର୍ଡ, ବିଜୁଳି ବିଲ୍‌, ମୋବାଇଲ ନମ୍ବର, ବ୍ୟାଙ୍କ ପାସବୁକ, ପାସପୋର୍ଟ ଫଟୋ ଦେବାକୁ ହେବ ।

ଜାଣନ୍ତୁ କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ pmsuryagarh.gov.in କୁ ଯାଆନ୍ତୁ । ଏହାପରେ ‘ଆପ୍ଲାଏ ଫର ରୁଫଟପ୍‌ ସୋଲାର’କୁ ଯାଆନ୍ତୁ ।

ରେଜିଷ୍ଟ୍ରେସନ ପାଇଁ ନିଜର ରାଜ୍ୟ ଏବଂ ନିଜର ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଚୟନ କରନ୍ତୁ ।

ଏହାପରେ ନିଜର ବିଦ୍ୟୁତ ଉପଭୋକ୍ତ ନମ୍ବର, ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଦିଅନ୍ତୁ । ଏବେ ପୋର୍ଟାଲକୁ ଯାଆନ୍ତୁ ଏବଂ ନିର୍ଦ୍ଦେଶ ପାଳନ କରନ୍ତୁ ।

ଏବେ ଆଗାମୀ ପର୍ଯ୍ୟାୟରେ ଉପଭୋକ୍ତା ସଂଖ୍ୟା ଏବଂ ମୋବାଇଲ ନମ୍ବର ସହିତ ଲଗଇନ କରନ୍ତୁ । ଫର୍ମରେ ରୁଫଟପ୍‌ ସୋଲାର ପାଇଁ ଆବେଦନ କରନ୍ତୁ ।

ଏବେ ଡିସ୍କମ ଠାରୁ ଫିଜିବିଲିଟି ଆପ୍ରୁଭାଲ ପାଇଁ ଅପେକ୍ଷା କରନ୍ତୁ । ଯେତେବେଳେ ଆପ୍ରୁଭାଲ ମିଳିବ, ସେତେବେଳେ କୌଣସି ରେଜିଷ୍ଟ୍ରର ହୋଇଥିବା ଭେଣ୍ଡର ଠାରୁ ପ୍ଲାଣ୍ଟ ଇନଷ୍ଟଲ କରନ୍ତୁ ।

ଇନଷ୍ଟଲେସନ ପୁରା ହେବା ପରେ ପ୍ଲାଣ୍ଟ ଡିଟେଲ ସବମିଟ୍‌ କରନ୍ତୁ ଆଉ ନୂଆ ମିଟର ପାଇଁ ଆବେଦନ କରନ୍ତୁ ।

ନୂଆ ମିଟର ଇନଷ୍ଟଲ ଏବଂ ଡିସକମ୍‌ ତରଫରୁ ଇସପେକ୍ସନ ସରିବା ପରେପୋର୍ଟାଲ କମିଶନିଂ ସାର୍ଟିଫିକେଟ ଜେନେରଟ କରିପାରିବେ ।

ଏବେ କମିଶନିଂ ରିପୋର୍ଟ ମିଳିବା ପରେ ପୋର୍ଟାଲ ଜରିଆରେ ବ୍ୟାଙ୍କ ଖାତା ଏବଂ ବିବରଣୀ ଏବଂ କ୍ୟାନସେଲ ଚେକ୍‌ ଜମା କରନ୍ତୁ ।

ଏବେ ୩୦ ଦିନ ଭିତରେ ବ୍ୟାଙ୍କ ଖାତାକୁ ସବସିଡି ମିଳିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.