ପ୍ରେମ ବିବାହ ପାଇଁ ପରିବାର ଲୋକଙ୍କୁ ଏମିତି ବୁଝାନ୍ତୁ, ତୁରନ୍ତ ହୋଇଯିବେ ରାଜି

କୁହାଯାଏ ଯେ ବିବାହ କେବଳ ଦୁଇ ଜଣଙ୍କ ମଧ୍ୟରେ ନୁହେଁ, ବରଂ ଦୁଇ ପରିବାର ମଧ୍ୟରେ ହୋଇଥାଏ । ଏଭଳି ସ୍ଥିତିରେ କାହାକୁ ପସନ୍ଦ କରୁଥିଲେ ଉଭୟ ପୁଅ ଓ ଝିଅଙ୍କୁ ଘର ଲୋକଙ୍କୁ ରାଜି କରିବାକୁ ପଡ଼ିଥାଏ । ଆପଣ ବି ଯଦି ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି ଓ ପରିବାକୁ ନିଜ ସାଥୀଙ୍କ ପାଇଁ ମନାଇବାକୁ ଚାହୁଁଛନ୍ତି, ତେବେ କେତେକ ଛୋଟ ଛୋଟ ଜିନିଷକୁ ଆପଣାନ୍ତୁ। ଦେଖିବେ ଘର ଲୋକ ଆରାମରେ ରାଜି ହୋଇଯିବେ ।

ଭାରତରେ ଏବେ ବି ପ୍ରେମ ବିବାହ ଏକ ସମସ୍ୟା ହୋଇ ରହିଛି । ପିଲାଙ୍କ ପସନ୍ଦକୁ ଆଜି ମଧ୍ୟ କିଛି ପରିବାର ଗ୍ରହଣ କରିବାକୁ ରାଜି ନୁହେଁ । ଫଳ ସ୍ୱରୂପ ଘରେ ଘରେ ଅଶାନ୍ତି ଦେଖା ଦେଉଛି । ଭାରତରେ କୁହାଯାଏ ଯେ ବିବାହ କେବଳ ଦୁଇ ଜଣଙ୍କ ମଧ୍ୟରେ ନୁହେଁ, ବରଂ ଦୁଇ ପରିବାର ମଧ୍ୟରେ ହୋଇଥାଏ । ଏଭଳି ସ୍ଥିତିରେ କାହାକୁ ପସନ୍ଦ କରୁଥିଲେ ଉଭୟ ପୁଅ ଓ ଝିଅଙ୍କୁ ଘର ଲୋକଙ୍କୁ ରାଜି କରିବାକୁ ପଡ଼ିଥାଏ । ଏଥିପାଇଁ ଭାରି ପରିଶ୍ରମ ବି କରିବାକୁ ପଡ଼େ । ତେବେ ଆପଣ ବି ଯଦି ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି ଓ ପରିବାକୁ ନିଜ ସାଥୀଙ୍କ ପାଇଁ ମନାଇବାକୁ ଚାହୁଁଛନ୍ତି, ତେବେ କେତେକ ଛୋଟ ଛୋଟ ଜିନିଷକୁ ଆପଣାନ୍ତୁ। ଦେଖିବେ ଘର ଲୋକ ଆରାମରେ ରାଜି ହୋଇଯିବେ ।

ଖୋଲା ଖୋଲି କଥା ହୁଅନ୍ତୁ:

ସବୁ ପିଲା ନିଜ ପିତାମାତାଙ୍କୁ ବହୁତ ଭଲ ପାଆନ୍ତି । ଏଥିସହ ସମ୍ମାନ ବି କରନ୍ତି । ଏଣୁ ପ୍ରାୟତଃ ଆମେ ବାପା ମା’ଙ୍କ ସହ ସବୁ କଥା ହୋଇପାରିନଥାଉ । ସାଙ୍ଗଙ୍କ ଭଳି ତାଙ୍କ ସାମ୍ନାରେ ସବୁ ମନ କଥାକୁ କହିପାରିିନଥାଉ । ଏଥିପାଇଁ ସଙ୍କୋଚ ଲାଗେ । କିନ୍ତୁ ଯଦି ପ୍ରେମ ବିବାହ କରିବାକୁ ଘର ଲୋକଙ୍କୁ ରାଜି କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଖୋଲାଖୋଲି କଥା ହେବା ଅଭ୍ୟାସ କରନ୍ତୁ । ବାପା-ମା’ଙ୍କ ସହ ଅଧିକ ସମୟ କାଟନ୍ତୁ ଓ ତାଙ୍କୁ ବୁଝାନ୍ତୁ ଯେ ଆପଣଙ୍କ ପସନ୍ଦ କ’ଣ, କେମିତି ପିଲାକୁ ବାହା ହେବାକୁ ଚାହୁଁଛନ୍ତି ଇଦ୍ୟାଦି ।

ବିବାହ କଥା ହୁଅନ୍ତୁ:

ବାପା-ମା’ଙ୍କ ସହ ଖୋଲାଖୋଲି କଥା ହେବା ପରେ ବିବାହ ବିଷୟରେ କଥା ହୁଅନ୍ତୁ । ଆଉ ତାଙ୍କୁ କେଉଁଭଳି ବୋହୂ କିମ୍ବା ଜ୍ୱାଇଁ ପସନ୍ଦ ସେ ବିଷୟରେ ତାଙ୍କ ମତ ଜାଣନ୍ତୁ । ଏଥିସହ ତାଙ୍କୁ ଆପଣଙ୍କ ପସନ୍ଦ ନାପସନ୍ଦ ବି ଜଣାନ୍ତୁ ।

Marriage

ବାପା ହୁଅନ୍ତୁ କି ମା’, ଜଣଙ୍କର ବିଶ୍ୱାସ ଜିତନ୍ତୁ:

ଘରେ କଥା ହେବା ବେଳେ ବାପା କି ମା’ଙ୍କ ମଧ୍ୟରୁ କେହି ଜଣେ ନିହାତି ଆପଣଙ୍କ କଥାକୁ ଅଧିକ ସପୋର୍ଟ କରିବେ । ଯଦି ମା’ ସପୋର୍ଟ କରୁଛନ୍ତି ତେବେ ତାଙ୍କୁ ନିଜ ମନ କଥା ଭଲରେ ବୁଝାନ୍ତୁ । ସେ ବାପାଙ୍କୁ ଆପଣଙ୍କ ପକ୍ଷ ନେଇ ନିହାତି ରାଜି କରାଇଦେବେ । ଆଉ ଯଦି ବାପା ବୁଝୁଛନ୍ତି, ତାଙ୍କୁ ମା’ଙ୍କୁ ବୁଝାଇବାକୁ ଅନୁରୋଧ କରନ୍ତୁ ।

ସମ୍ପର୍କୀୟଙ୍କ ସାହାଯ୍ୟ ନିଅନ୍ତୁ:

ଘରେ ବେଳେବେଳେ ବାପା ମା’ ପ୍ରେମ ବିବାହକୁ ମନା କରିଥାନ୍ତି । ଏଭଳି ସ୍ଥିତିରେ ଆପଣ କୌଣସି ନିକଟତମ ସମ୍ପର୍କୀୟଙ୍କ ସାହାଯ୍ୟ ନେଇପାରନ୍ତି । ମାମୁ ଘର କିମ୍ବା କକା, ପିଉସୀ ପ୍ରମୁଖ ଏଭଳି ସମୟରେ ସାହାଯ୍ୟ କରିପାରନ୍ତି । ଧ୍ୟାନ ରଖିବେ ଯେଉଁମାନେ ଆପଣଙ୍କୁ ଭଲ ପାଉଥିବେ କେବଳ ସେମାନଙ୍କ ସାହାଯ୍ୟ ନେବେ । ଯଦି ଅଜା-ଆଈ କିମ୍ବା ଜେଜେବାପା-ଜେଜେମା’ ଅଛନ୍ତି, ତାଙ୍କୁ ବି କହିପାରନ୍ତି। ସେମାନେ ଆପଣଙ୍କ ସମସ୍ୟାକୁ ଶୀଘ୍ର ସମାଧାନ କରିପାରିବେ।

ସାଥୀଙ୍କ ସହ ଦେଖା କରାନ୍ତୁ:

ବାପା-ମା’ଙ୍କୁ ସାଥୀଙ୍କ ବିଷୟରେ କହିବା ପରେ ତାଙ୍କୁ ପରିବାର ସହ ସାକ୍ଷାତ କରନ୍ତୁ । କାରଣ କଥାରେ ଯେତିକି ସେ ସାଥୀଙ୍କୁ ନ ବୁଝିଥିବେ ମୁହାଁମୁହିଁ ଦେଖା ହେଲେ ସେ ତାଙ୍କ ବିଷୟରେ ଅଧିକ ଜାଣିପାରିବେ ଓ ପସନ୍ଦ କରିବା ସହଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.