ହାଇଓ୍ଵା ଧକ୍କାରେ ଚାଲିଗଲା ସ୍କୁଟି ଆରୋହୀଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ରୋକ କଲେ ଗାଁ ଲୋକେ

ଘରୁ ବାହାରିଥିଲେ କପିଳାସ ଯିବେ ବୋଲି କିନ୍ତୁ ଅଧା ରାସ୍ତାରେ ହିଁ ଚାଲିଗଲା ଜୀବନ । ହସ ଖୁସିରେ ସ୍କୁଟି ଧରି ଘରୁ ବାହାରିଥିଲେ । କିନ୍ତୁ ହଠାତ ଓଲଟ ପାଲଟ ହୋଇଗଲା ସବୁକିଛି । ଚାହୁଁ ଚାହୁଁ ସ୍କୁଟିକୁ ଧକ୍କା ଦେଲା ହାଇଓ୍ଵା ।

କାମାକ୍ଷାନଗର (କେନ୍ୟୁଜ): ମୃତ୍ୟୁ ଯେ କେତେବେଳେ ଆସେ ତାର ସମୟ ନଥାଏ । ଘରୁ ବାହାରିଥିଲେ କପିଳାସ ଯିବେ ବୋଲି କିନ୍ତୁ ଅଧା ରାସ୍ତାରେ ହିଁ ଚାଲିଗଲା ଜୀବନ । ହସ ଖୁସିରେ ସ୍କୁଟି ଧରି ଘରୁ ବାହାରିଥିଲେ । କିନ୍ତୁ ହଠାତ ଓଲଟ ପାଲଟ ହୋଇଗଲା ସବୁକିଛି । ଚାହୁଁ ଚାହୁଁ ସ୍କୁଟିକୁ ଧକ୍କା ଦେଲା ହାଇଓ୍ଵା । କ୍ଷଣିକରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ । ଏମିତି ଅଘଟଣକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଗାଁ ଲୋକେ । ଆଉ କ୍ଷତିପୂରଣ ଦାବିରେ ଆରମ୍ଭ କରିଥିଲେ ରାସ୍ତା ରୋକ ।

ଢେଙ୍କାନାଳ ଜିଲ୍ଲା -ତୁମୁସିଙ୍ଗା ଥାନା ମହୁଲି ରାଇସ ମିଲରେ ନିକଟରେ ଏକ ହାଇଓ୍ବା ଧକ୍କାରେ ସ୍କୁଟି ଆରୋହୀଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ଆଲୁଅଝରଣ ଗ୍ରାମର ସାମ୍ବ ସାହୁ। ଢେଙ୍କାନାଳ ଆଡୁ ଏକ ବାଲି ବୋଝେଇ ହାଇଓ୍ବା କାମାକ୍ଷାନଗର ଆସୁଥିବା ବେଳେ ଏହି ସ୍କୁଟି ଆରୋହୀଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ତେବେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି ।

ସୂଚନା ଅନୁସାରେ ସ୍କୁଟି ଆରୋହୀଜଣଙ୍କ ନିଜ ଗ୍ରାମ ଆଲୁଅଝରଣରୁ ବାହାରି କପିଳାସ ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିବା ହାଇଓ୍ବା ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ଜୀବନ ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ଏସଡିପିଓ, ତହସିଲଦାର,ତୁମୁସିଙ୍ଗା ଥାନା ଅଧିକାରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ଗ୍ରାମବାସୀଙ୍କ ତରଫରୁ ରାସ୍ତାରେ ଭାରିଯାନ ଚଳାଚଳ ନିଷେଧ ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଛି ।

ତେବେ କ୍ଷତିପୂରଣ ମିଳୁ ନ ମିଳୁ ସେ ତ ଅଲଗା କଥା କିନ୍ତୁ ଏ ଯୁବକଙ୍କର ଜୀବନ ତ ଆଉ ଫେରି ପାରିବନି । ଏଭଳି ଦୁର୍ଘଟଣାର ଖବର ପ୍ରତ୍ୟେକ ଦିନ ଆସୁଛି । କିନ୍ତୁ ଗାଡ଼ି ଚାଳକମାନେ ସତର୍କ ହେଉ ନାହାନ୍ତି, ଫଳରେ ଏମିତି ମୂଲ୍ୟବାନ ଜୀବନ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.