ବର୍ତ୍ତମାନ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେଲା ୧୪ଟି ସ୍ୱତନ୍ତ୍ର ଅଦାଲତ

ଭୁବନେଶ୍ବର: ବର୍ତ୍ତମାନ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେଲା ୧୪ଟି ସ୍ୱତନ୍ତ୍ର ଅଦାଲତ । ଜିଲ୍ଲା ଜଜ୍‌ କ୍ୟାଡରର ୩ଟି ଓ ୧୧ଟି ସିଭିଲ ଜଜ କ୍ୟାଡରର କୋର୍ଟ ମଧ୍ୟ ସ୍ଥାପନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଇବା ପରେ ଏ ସଂକ୍ରାନ୍ତୀୟ ମାମଲାରେ ପୂର୍ଣଛେଦ ଦେଇଛନ୍ତି ଓଡିଶା ହାଇକୋର୍ଟ ।

ରାଜ୍ୟ ସରକାର ଦେଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ବରଗଡ଼ ଅତିରିକ୍ତ ସେସନ୍ସ ଜଜଙ୍କୁ ସ୍ୱତନ୍ତ୍ର ଅଦାଲତର ମାନ୍ୟତା ଦିଆଯାଇଛି । ରାଜ୍ୟରେ ବିଭିନ୍ନ ବିଧାୟକ ଓ ସାଂସଦଙ୍କ ନାଁରେ ୪୪୫ଟି ଅପରାଧିକ ମାମଲା ବିଚାରଧୀନ ରହିଛି । ଡିସେମ୍ବର ୨୨ ତାରିଖରେ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଏନେଇ ଚିଠି ଲେଖାଯାଇଛି ।

ପୂର୍ବରୁ ଏସଂକ୍ରାନ୍ତୀୟ ମାମଲାର ଶୁଣାଣି କରି କେଉଁ ରାଜନେତାଙ୍କ ବିରୋଧରେ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଛି, ସେ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହି ଅଦାଲତ ପାଇଁ ବିଲ୍ଡିଂ ଓ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତିନିଟି ରାଜସ୍ୱ ଡିଭିଜନ ଅଧୀନରେ ଏହି ତିନିଟି ସ୍ୱତନ୍ତ୍ର ଅଦାଲତ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.