Below header

ଢେଙ୍କାନାଳ: ପାଚେରୀ ଡେଇଁ କପି ଦେବା ଓ ପୋଲିସ ଦ୍ବାରା ମାଡ ଖାଇ ଜଣେ ବ୍ୟକ୍ତି ଲହୁଲୁହାଣ ହେବା ପରେ ପ୍ରଶାସନର ଚେତା ପଶିଲା, ୧୮ ସ୍କୁଲରେ ଲଗାଗଲା ୧୪୪ ଧାରା

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ବିରିବୋଇଲି ଜନତା ଉଚ୍ଚ ବିଦ୍ୟାଳୟରେ ପାଚେରୀ ଡେଇଁ କପି ଦେବା ଓ ଗଡପଳାଶୁଣି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ପୋଲିସ ମାଡରେ ଜଣେ ଗୁରୁତର ହେବା ଘଟଣା ପରେ ଚେତିଲା ପ୍ରଶାସନ। ଆଜିଠାରୁ ଜିଲ୍ଲାର ୧୮ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଲାଗୁ ହୋଇଛି। ସେଥିମଧ୍ୟରୁ କାମାକ୍ଷାନଗର ଉପଖଣ୍ଡରେ ସର୍ବାଧିକ ୧୧ଟି ସେଣ୍ଟର ଅଛି। ସେପଟେ ବିରିବୋଇଲି ଜନତା ଉଚ୍ଚ ବିଦ୍ୟାଳୟରେ କପି ହୋଇନାହିଁ ବୋଲି ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କଳିଙ୍ଗ ଟିଭିକୁ ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଲୋକେ ପାଚେରୀ ଡେଇଁଛନ୍ତି କିନ୍ତୁ ହଲ୍‌ ଭିତରେ କପି ଦେଇନାହାନ୍ତି। ଆଉ ସମାନ କଥା କହିଛନ୍ତି ସେଣ୍ଟର ସୁପରିଟେଣ୍ଡେଣ୍ଟ ତଥା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ପାଣି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.