Below header

ଏମ୍‌ବିଏ ଠକଙ୍କ ନାଁରେ ରହିଛି ୧୫ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ, ଜମା ଅଛି ୨୦ ଲକ୍ଷରୁ ଅଧିକ ଟଙ୍କା

ଭୁବନେଶ୍ୱର(କେ ନ୍ୟୁଜ): ଏମ୍‌ବିଏ ଠକ ତୃପ୍ତି ରଞ୍ଜନ ଦାସଙ୍କ ନାଁରେ ରହିଛି ୧୫ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ । ଆକାଉଣ୍ଟରେ ରହିଛି ୨୦ ଲକ୍ଷରୁ ଅଧିକ ଟଙ୍କା । ରିମାଣ୍ଡରେ ନେଇ ଜେରା କରିବା ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । ତୃପ୍ତି ରଞ୍ଜନ ଦାସଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ଭୁବନେଶ୍ୱରର ବଡ଼ଗଡ଼ ଥାନା ପୋଲିସ । ଏଯାଏଁ ୧୦ରୁ ଅଧିକ ଆକାଉଣ୍ଟକୁ ବଡ଼ଗଡ଼ ଥାନା ପୋଲିସ ଠାବ କରିଛି ।

ସଂପୃକ୍ତ ଟଙ୍କାକୁ ଫ୍ରିଜ୍‌ କରିବା ପାଇଁ ବ୍ୟାଙ୍କଙ୍କୁ ଚିଠି ଲେଖିବ ପୋଲିସ । ଏହା ସହ ତୃପ୍ତିର ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ବଡ଼ଗଡ଼ ପୋଲିସ । OLXରେ ଗାଡି ବିକ୍ରି କରିବ ବୋଲି କହି ଠକେଇ ଘଟଣାରେ ଗିରଫ ହୋଇଛି ତୃପ୍ତି ରଞ୍ଜନ ଦାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.