ଏହି ସବୁ ଜିନିଷକୁ କ୍ଷୀରରେ ମିଶାଇ ପିଅନ୍ତୁ, ଅନେକ ଗୁଣା ବଢ଼ିଯିବ ଇମ୍ୟୁନିଟି, ପାଖ ମାଡ଼ିବନି କରୋନା

କରୋନାରେ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚେଇ ରଖିବାକୁ ଚାହୁଁଛନ୍ତି, ତ ଏ ସବୁ ସମ୍ଭବ ହୋଇପାରିବ ଯେବେ ଆପଣଙ୍କ ଇମ୍ୟୁନିଟି ଷ୍ଟ୍ରଙ୍ଗ୍‌ ଥିବ। ଏଥିପାଇଁ ଜରୁରୀ କି, ପୋଷଣଯୁକ୍ତ ଭୋଜନ କରନ୍ତୁ ଏବଂ ପ୍ରତିଦିନ କ୍ଷୀର ପିଅନ୍ତୁ। କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ଭାବେ ଗଣାଯାଇଥାଏ। ସ୍ୱାସ୍ଥ୍ୟପ୍ରଦ ସାଙ୍ଗକୁ କ୍ଷୀର ଆହୁରି ଅଧିକ ଲାଭଦାୟକ ହୋଇଥାଏ। ଯଦି ଆପଣ କ୍ଷୀର ସହିତ କିଛି ଜିନିଷକୁ ମିଶାଇ ସେବନ କରିବେ, ତ ଆପଣଙ୍କ ଇମ୍ୟୁନିଟି ଅନେକ ଗୁଣା ବଢ଼ିଯିବ। ଆସନ୍ତୁ ଜାଣିବା, ଏହି କରୋନା କାଳରେ ଆମକୁ କ୍ଷୀର ସହିତ କେଉଁ କେଉଁ ଜିନିଷ ମିଶାଇ ପିଇବାକୁ ହେବ।

ଏଗୁଡ଼ିକ ସହିତ କ୍ଷୀର ମିଶାଇ ପିଅନ୍ତୁ

୧. ଖଜୁରୀକୁ କ୍ଷୀର ସହିତ ଫୁଟାଇ ପିଅନ୍ତୁ। ଖଜୁରୀରେ ଆଣ୍ଟି ଅକ୍ସିଡେଣ୍ଟସ୍‌, ଆଣ୍ଟି ଭାଇରାଲ, ଭିଟାମିନ୍‌ ଏବଂ ଆଇରନ ରହିଛି।

୨. କଖାରୁ, ସୂର୍ଯ୍ୟମୁଖୀ, ଚିଆ ଏବଂ ଅଳସୀ ମଞ୍ଜିକୁ କ୍ଷୀର ସହିତ ମିଶାଇ ପିଅନ୍ତୁ। ଏହାଦ୍ୱାରା ଭାଇରାଲ ସଂକ୍ରମଣରୁ ମୁକ୍ତି ମିଳିଥାଏ। ଖାସ୍‌ କରି, ଜ୍ୱର, ସର୍ଦ୍ଦି, କାଶରୁ ମୁକ୍ତି ମିଳିଥାଏ।

୩. ଡ୍ରାଏ ଫ୍ରୁଟସ୍‌କୁ କ୍ଷୀର ସହିତ ଖାଆନ୍ତୁ। ନଚେତ୍‌ ସେଗୁଡ଼ିକୁ ପେଶି କ୍ଷୀରରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ପୌଷ୍ଟିକତା ବଢ଼ିଥାଏ। ଋତୁଜନିତ ରୋଗ ଛଡ଼ା ଡାଇବେଟିସ୍‌, ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ।

୪. ହଳଦୀ ପକା କ୍ଷୀର ପିଅନ୍ତୁ। ହଳଦୀରେ ମହଜୁଦ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇଫ୍ଲେମେଣ୍ଟ୍ରି, ଆଣ୍ଟି କ୍ୟାନ୍ସର ଗୁଣ ଶରୀରକୁ ସୁରକ୍ଷା କରିଥାଏ।

୫. କ୍ଷୀରରେ ଅଦା ମିଶାଇ ପିଅନ୍ତୁ। ଅଦାରେ ଭିଟାମିନ, ଆଇରନ, କ୍ୟାଲସିୟମ, ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ଭାଇରାଲ ଗୁଣ ଭରପୂର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.