Below header

ଏ କି ଅବସ୍ଥା! ଭୁଲ୍‌ ଟ୍ରିଟମେଣ୍ଟ ଯୋଗୁ ଚେହେରାର ହେଲା ଏମିତି ଅବସ୍ଥା, ଡାକ୍ତରଙ୍କୁ ଗାଳିଗୁଲଜ କଲେ ଅଭିନେତ୍ରୀ

ତାମିଲ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରାୟଜା ବିଲସନ ଭୁଲ୍‌ ଟ୍ରିଟମେଣ୍ଟ ଦେବା କାରଣରୁ ସୋସିଆଲ ମିଡିଆରେ ଜଣେ ସ୍କିନ୍‌ ଡାକ୍ତର(ଡର୍ମଟୋଲୋଜିଷ୍ଟ)ଙ୍କୁ ଗାଳି ଗୁଲଜ କରିଛନ୍ତି। ଟ୍ରିଟ୍‌ମେଣ୍ଟ ପରେ ରାୟଜାଙ୍କ ଚେହେରାର ଅବସ୍ଥା ଏକଦମ୍‌ ଖରାପ ହୋଇଯାଇଛି। ତେଣୁ ସେ ଏକ ପୋଷ୍ଟରେ ଡାକ୍ତରଙ୍କ ନାଁ ଉଲ୍ଲେଖ କରି କହିଛନ୍ତି, ତାଙ୍କୁ ଏହି ଟ୍ରିଟମେଣ୍ଟ ପାଇଁ ବାଧ୍ୟ କରାଯାଇଥିଲା।

ଅଭିନେତ୍ରୀ ଜଣକ କ୍ଲିନିକ୍‌ ବାହାରର ନିଜ ଫଟୋକୁ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରି ଲେଖିଛନ୍ତି, ‘କାଲି ଏକ ସିମ୍ପଲ୍‌ ଫେସିଆଲ ପାଇଁ ଡାକ୍ତରଙ୍କୁ ଭେଟିଥିଲି। ସେ ମୋତେ ଏକ ଫେସିଆଲ ପ୍ରିକ୍ରିୟା କରିବାକୁ କହିଥିଲେ, ଯାହାର ମୋତେ ଆବଶ୍ୟକତା ନ ଥିଲା ଏବଂ ଏବେ ଏ ହେଉଛି ଫଳ’।

ସେ ଆହୁରି ଲେଖିଥିଲେ, ‘ସେ ଆଜି ମୋ ସହିତ କଥା ହେବାକୁ କିମ୍ବା ମୋତେ ଭେଟିବାକୁ ମନା କରୁଛନ୍ତି। ଷ୍ଟାଫ୍‌ କହୁଛନ୍ତି, ସେ ସହର ବାହାରେ ଅଛନ୍ତି’। ତେବେ ଶେୟାର କରାଯାଇଥିବା ଫଟୋରେ ରାୟଜାଙ୍କ ଆଖି ତଳ ଫୁଲି କଳା ପଡ଼ିଯାଇଥିବା ସ୍ପଷ୍ଟ ଦେଖାଯାଉଛି। ରାୟଜାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଫ୍ୟାନ୍‌ମାନଙ୍କ ଦ୍ୱାରା ପଠାଯାଇଥିବା ମେସେଜର ସ୍କ୍ରିନ୍‌ଶର୍ଟସ ମଧ୍ୟ ଶେୟାର କରାଯାଇଛି। ରାୟଜା ଲେଖିଛନ୍ତି, ମୋ ଇନ୍‌ବକ୍ସ ସେହି ଲୋକଙ୍କ ମେସେଜ୍‌ରେ ଭରି ଯାଇଛି, ଯେଉଁମାନେ ସେହି ଡାକ୍ତରଙ୍କଠାରୁ ସ୍କିନ୍‌ ଟ୍ରିଟମେଣ୍ଟ କରେଇବା ପରେ ଏମିତି ଫଳ ପାଇଛନ୍ତି’।

କହି ରଖୁଛୁ, ରାୟଜା ବିଲସନ ୨୦୧୭ରେ Velaiilla Pattadhari 2ରୁ ନିଜର ଆକ୍ଟିଂ ଡେବ୍ୟୁ କରିଥିଲେ। ସେ ବିଗ୍‌ ବସ୍‌ ତାମିଲର ମଧ୍ୟ ପ୍ରତିଯୋଗୀ ଥିଲେ। ସେହି ସମୟରେ ସେ ବହୁତ ପପୁଲାର ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.