Below header

ଭଦ୍ରକ: କାଳବୈଶାଖୀ ସାଜିଲା କାଳ, ନିଆଁ ଲାଗି ୧୫ ବଖରା ଘର ଜଳିଯିବା ସହ ୧୧ଗୋରୁ ଜୀବନ୍ତ ଦଗ୍ଧ  

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ଘଟପୁର ହେଙ୍ଗୁପତି ମହାଳିକସାହିରେ ଅଗ୍ନିକାଣ୍ଡ ଘଟି ୧୫ବଖରା ଘର ଜଳିଯିବା ସହ ୧୧ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗି ୩ଜଣ ଆହତ ମଧ୍ୟ ହୋଇଛନ୍ତି । ସୂଚନା ମୁତାବକ ଅଚାନକ କାଳବୈଶାଖୀ ଆସିବାରକୁ ଜୋରରେ ପବନ ସହ ଘଡଘଡି ଓ ବଜ୍ରାଘାତ ଘଟିଥିଲା । ଏହି ବଜ୍ରାପାତ ସମୟରେ ହେଙ୍ଗୁପତି ମହାଳିକସାହିର ବିରଭଦ୍ର ମହାଳିକ , ଉମାକାନ୍ତ ମହାଳିକ , କମଳାକାନ୍ତ ମହାଳିକ ସମେତ ୮ ପରିବାରର ୧୫ବଖରା ଘର ନିଆଁରେ ସମ୍ପୂର୍ଣ୍ଣଭାବେ ପୋଡି ଛାରଖାର ହୋଇଯାଇଛି ।

chandbali bhadrak

ନିଆଁର ଭୟାବହ ଏତେ ଜୋର ଥିଲା ଯେ ଘର ଭିତରୁ କିଛି ବି ବାହାରକୁ କାଢିବା ସମ୍ଭବ ହୋଇନଥିଲା । ଫଳରେ ଘରେ ଥିବା ଘର କରଣା ସାମଗ୍ରୀ ସମେତ ଧାନ , ଚାଉଳ , ଟଙ୍କା ଜଳିପୋଡି ପାଉଁଶ ହୋଇଯା‌ଇଥିଲା । ଖବର ପାଇ ତିହିଡି ଓ ମତୋର ୨ଟି ଦମକଳ ବାହିନୀ  ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପାଖାପାକି ୩ ଘଣ୍ଟାରୁ ଅଧିକ  ସମୟ ଲାଗିଥିଲା ନିଆଁ ଲିଭାଇବା କାର୍ଯ୍ୟ । ସେହିପରି ମତୋରେ  ମଧ୍ୟ ଅଗ୍ନିକାଣ୍ଡ ଘଟି ବିଳମ୍ବିତ ରାତିରେ ୨ବଖରା ଘର ପୋଡିଯାଇଛି । ତେବେ ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସାହାଯ୍ୟ  ପ୍ରଦାନ କରିବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.