ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବେଳେ ଓକିଲଙ୍କ ଠାରୁ ସ୍ପଷ୍ଟ ଦିବାଲୋକରେ ଲୁଟ, ୧୫ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଲେ ଲୁଟେରା
ସମ୍ବଲପୁର(କେନ୍ୟୁଜ୍): ସ୍ପଷ୍ଟ ଦିବାଲୋକରେ ୧୫ଲକ୍ଷ ଟଙ୍କା ଲୁଟ। ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲି ଠାରେ ହୋଇଛି ଲୁଟ। ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବେଳେ ଜଣେ ଓକିଲଙ୍କ ଠାରୁ ଲୁଟ ହୋଇଛି। ରାଜେଶ ସାହୁ ଷ୍ଟେଟ ବ୍ୟାଙ୍କରୁ ୧୫ଲକ୍ଷ ଟଙ୍କା ବ୍ୟାଗରେ ନେଇ ଆସୁଥିବା ବେଳେ ବାଇକ୍ରେ ୨ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।
ରାଜେଶ ସେମାନଙ୍କ ପଛରେ ଗୋଡ଼ାଇଥିଲେ ସୁଦ୍ଧା ଲୁଟେରା ଦ୍ରୁତ ଗତିରେ ବାଇକରେ ପଳାଇଯାଇଥିଲେ। ୨ଲୁଟେରା ରାଜେଶଙ୍କୁ ବ୍ୟାଙ୍କରୁ ପିଛା କରିଥିଲେ ସୁଦ୍ଧା ତାଙ୍କ ଘର ନିକଟରେ ଟଙ୍କା ବ୍ୟାଗ ଲୁଟି ନେଇଥିଲେ। ଏନେଇ ରାଜେଶ ସଦର ଥାନାରେ ଅଭିଯୋଗ କରିଛନ୍ତି। ଲୁଟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ୨ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।