ଫଟା ଓଠରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଫାଇଦା

ଶୀତ ଋତୁରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ଓଠ ଡ୍ରାଏ ହେବା ସହ ଭୟଙ୍କର ଭାବେ ଫାଟିବାକୁ ଲାଗିଥାଏ । ଦେଖାଯାଏକି ଅଧିକାଂଶ ଝିଅ ମାନେ ଏଥିପାଇଁ ମହଙ୍ଗା ଲିପବାମ ବା କ୍ରିମ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର କୌଣସି ଖାସ ଫରକ ପଡି ନଥାଏ ।

କିନ୍ତୁ ଏହା ବଦଳରେ ଯଦି ଘରୋଇ ଉପାୟ ଆପଣାନ୍ତି ତାହେଲେ ଓଠର ରଙ୍ଗ ବଦଳିବା ସହିତ ନରମ ବି ହେବ ।

  •  ସପ୍ତାହକୁ ଥରେ ବା ଦୁଇ ଥର ହୋମ ମେଡ଼ ସ୍କ୍ରବ ବ୍ୟବହାର କରନ୍ତୁ । ଏହା ଦ୍ୱାରା ସ୍କିନରୁ ମୃତ କୋଷିକା ବାହାରି ଯାଇଥାଏ ।
  • କିଛି ବୁନ୍ଦା ମହୁରେ କିଛି ଚିନି ଭଲ ଭାବରେ ମିଶାଇ ଓଠରେ ଗୋଟେ ମିନିଟ ପାଇଁ ସ୍କ୍ରବ କଲେ ଲାଭ ମିଳିଥାଏ । ମଇଶ୍ଚରାଇଜର ପରି ମଧ୍ୟ କାମ କରିଥାଏ । ଚିନି କଳାପଣ ଦୂର କରିବା ସହ ରଙ୍ଗରେ ପରିବର୍ତ୍ତନ ଆଣିଥାଏ ।
  • ସ୍କ୍ରବ କରିବା ପରେ ଶୁଦ୍ଧ ନଡ଼ିଆ ତେଲରେ ଭଲ ଭାବରେ ମାଲିସ କରନ୍ତୁ । ଏଥିରେ ଓଠର ଡ୍ରାଏନେସ ଦୂର ହେବା ସହ ନରମ ବି ରହିଥାଏ । ରାତିରେ ଶୋଇବା ପୂର୍ବରୁ ବି ଏହାର ପ୍ରୟୋଗ କରିପାରିବେ ।
  • ଯଦି ଚାହିଁବେ ତେବେ ନଡ଼ିଆ ତେଲ ସହିତ କିଛି ଆଲୋଭେରା ଜେଲ ମିକ୍ସ କରି ବି ଭଲ ଭାବରେ ମାଲିସ କରିପାରିବେ । ଏହା ଦ୍ୱାରା ଓଠର ଟାନିଙ୍ଗ, ପିଗ ମେଣ୍ଟସନ ବି ଦୂର ହୁଏ ।
  • ନଡ଼ିଆ ତେଲରେ ଗୋଲାପ ପାଖୁଡା ରସ ମିଶାଇ ଏହାର ମାଲିସ ବି କରିପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.