ପାଖରେ ଡିଏଲ ଏବଂ ଆରସି ନଥିଲେ ବି ଟ୍ରାଫିକ ପୋଲିସ କାଟିବେନି ଆପଣଙ୍କର ଚାଲାଣ, ଜାଣନ୍ତୁ କଣ କରିବାକୁ ହେବ

ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ଧରି ବୁଲିବାକୁ ପଡିବନି କି ଡିଏଲ ନଥିଲେ ବି ଚାଲାଣ କଟିବାର ଚିନ୍ତା ରହିବନି। ଏମିତି କେମିତି ହେବ ବୋଲି ଭାବୁଛନ୍ତି କି? କଣ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସକୁ ନିଜ ସ୍ମାର୍ଟଫୋନରେ ଡାଉନଲୋଡ କରିବାକୁ ଚାହୁଁଛନ୍ତି? ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସର ହାର୍ଡ କପି ନିଜ ସାଥିରେ ଯଦି ବି ରଖୁନାହାଁନ୍ତି ତାହେଲେ ମଧ୍ୟ ଆପଣଙ୍କୁ ଚାଲାଣ ଦେବାର ଆବଶ୍ୟକ ନାହିଁ। କାହିଁକିବା ଆପଣ DigiLocker କିମ୍ବା mParivahan ଆପର ସାହାଯ୍ୟ ନେଇ ଚାଲାଣ କଟିବା ଠାରୁ ରକ୍ଷା ପାଇପାରିବେ।

ଡିଜିଲକର କିମ୍ବା ଏମପରିବହନ ଆପରେ ଡ୍ରାଇଭିଙ୍ଗ ଲାଇସେନ୍ସ ରଖିବା ଦ୍ୱାରା ଏହାର ହାର୍ଡ କପି ହଜି ଗଲେ ସୁଦ୍ଧା ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ। ଆପଣ ଟ୍ରାଫିକ ପୋଲିସଙ୍କୁ ସ୍ମାର୍ଟଫୋନରେ ଏହି ଆପରେ ହିଁ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗାଡିର ଅନ୍ୟ କାଗଜପତ୍ର ଦେଖାଇପାରିବେ।

ଏମପରିବହନ ଆପ ଆଣ୍ଡ୍ରଏଡ ଏବଂ ଆଇଓଏସ ଉଭୟ ପାଇଁ ଉପଲବ୍ଧ ରହିଛି। ଏହି କାରଣରୁ ଆପଣ ଏହାକୁ ନିଜ ଆଣ୍ଡ୍ରଏଡ ସ୍ମାର୍ଟଫୋନ କିମ୍ବା ଆପଲ ଆଇଫୋନରେ ଆପ୍‌ ଷ୍ଟୋରୁ ଡାଉନଲୋଡ୍‌ କରିପାରିବେ। ଆପ୍‌ ଡାଉନଲୋଡ୍‌ ହେବା ପରେ ଆପଣଙ୍କୁ ଏଥିରେ ଆକାଉଣ୍ଟ ବନାଇବାକୁ ହେବ।

dlଏଥିପାଇଁ ଆପଣ ସାଇନଅପ୍‌ କରିପାରିବେ। ସାଇନଅପ୍‌ କରିବା ପାଇଁ ଆପଣଙ୍କୁ ମୋବାଇଲ ନମ୍ବର ଆବଶ୍ୟକପଡିବ। ମୋବାଇଲ ନମ୍ବର ଦେବା ପରେ ଆପଣଙ୍କ ଫୋନକୁ ଏକ ଓଟିପି ଆସିବ। ଏହାକୁ ଏଣ୍ଟର କରି ଆପଣ ନିଜର ଆକାଉଣ୍ଟ ଭେରିଫାଏ କରିପାରିବେ ଏବଂ ଆପରେ ଲଗଇନ୍‌ ହୋଇଯିବ।

ଲଗଇନ୍‌ ହେବା ପରେ ଆପଣ ଭର୍ଚୁଆଲ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଏବଂ RC & Documents ଅପ୍ସନ ମିଳିବ। ଆପଣ ଏହାକୁ ଡାଉନଲୋଡ୍‌ କରି ରଖିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣଙକ ଆରସି ଆଣ୍ଟ ଡକ୍ୟୁମେଣ୍ଟସରେ ହିଁ ପଲ୍ୟୁସନ୍‌ ଏବଂ ଇନସୁରାନ୍ସର ଡିଟେଲ୍ସ ମହଜୁଦ ରହିଥାଏ।

ଏହିପରି ପ୍ରୋସେସ୍‌ ଡିଜିଲକରରେ ମଧ୍ୟ ଥାଏ। ଆପଣ ଡିଜିଲକରରେ ଆକାଉଣ୍ଟ ବନାଇ ଭର୍ଚୁଆଲ ଡ୍ରାଇଭିଙ୍ଗ୍‌ ଲାଇସେନ୍ସକୁ ଫୋନରେ ଡାଉନଲୋଡ୍‌ କରି ରଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.