ମାଡି ଆସିଲା ଚିନ୍ତା, ଗୋଟିଏ ଦିନରେ ଓଡ଼ିଶାରେ ଚିହ୍ନଟ ହେଲେ ୧୫ କରୋନା ପଜେଟିଭ,ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

କେନ୍ୟୁଜ(ବ୍ୟୁରୋ): ମାଡି ଆସିଲା ଚିନ୍ତା, ରାଜ୍ୟରେ ଗିଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା ୧୫। ଭାବନେଶ୍ୱରର ସୂର‌୍ୟ୍ୟନଗର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ଜଣ ପଜେଟିଭ ଚିହ୍ନଟ ହୋଇଥିବା ବେଳେ କଟକର ଜଣେ, ପୁରୀର ଜଣେ, ବମିଖାଲର ୩ ଜଣ, ଭଦ୍ରକର ଦୁଇଜଣ ଓ ଯାଜପୁରର ଜଣେ। ଏମିତି ସମୁଦାୟ ୧୫ ଜଣଙ୍କର ସ୍ୱାବ ରିପୋର୍ଟ ପଜେଟିଭ ଆସିଛି ବୋଲି ସ୍ୱାସ୍ଥ୍ୟ ଓ ପାରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।ଏବେ ସମୁଦାୟ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୨୦ରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.