ରାଜ୍ୟରେ ପୋଜେଟିଭ 15, ସିଲ ହେଲା ଭୁବନେଶ୍ୱର ବମିଖାଲ ଅଂଚଳ

ଭୁବନେଶ୍ୱର : ଏକାଥରେ ତିନି ତିନି ଜଣ କାରୋନା ପୋଜେଟିଭ ବାହାରିବା ପରେ ସିଲ ହେଲା ଭୁବନେଶ୍ୱର ବମିଖାଲ ଅଂଚଳ । ଠିକ ସୂର୍ଯ୍ୟ ନଗର ଭଳି ଏହି ଅଂଚଳକୁ ମଧ୍ୟ ପୁରାପୁରି ବନ୍ଦ କରାଯାଇଛି । ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏକାମ୍ର ହଲ ଠାରୁ ଝାରପଡା କେନାଲ ରୋଡ ଓ କେନାଲ ରୋଡରୁ ଦୁର୍ଗା ମଣ୍ଡପ ଅଂଚଳକୁ ସିଲ କରାଯାଇଛି ।
ଆଜି ଗୋଟିଏ ଦିନରେ ରାଜ୍ୟରେ ପନ୍ଦର ଜଣ କାରୋନା ପୋଜେଟିଭ ଚିହ୍ନଟ ହେବ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟରେ ମୋଟ 20 ଜଣ ପୋଜେଟିବେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.