କୋରୋନା ମୁକାବିଲା ପାଇଁ ଯାଜପୁରରୁ ଛୁଟୁଛି ସହାୟତାର ସୁଅ

ଯାଜପୁର ଟାଉନ(କେନ୍ୟୁଜ): କୋରୋନା ମୁକାବିଲା ପାଇଁ ଯାଜପୁର ଜିଲାରେ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି । ଆଜି ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତ ପି ଏମ କେୟାର ପାଣ୍ଠି କୁ ୫୦ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧ ଲକ୍ଷ ଟଙ୍କା ଜିଲାପାଳ ରଞ୍ଜନ କୁମାର ଦାସଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏଥିସହିତଦେଶର ଏହିଭଳି ବିପଦ ସମୟରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସମସ୍ତେ ସରକାରଙ୍କ ନିୟମ ପାଳନ କରି ଘରେ ରହି ନିଜେ ଓ ନିଜ ପରିବାର କୁ ସୁସ୍ଥ ରଖିବାକୁ ନିବେଦନ କରିଛନ୍ତି । ସାରା ବିଶ୍ୱରେ କରୋନା ଯେପରି ତାର କାୟା ବିସ୍ତାର କରିଚାଲିଛି ସମସ୍ତେ ନିଜେ ସଚେତନ ହୋଇ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସ୍ୱଚ୍ଛ ରହି କରୋନା ସଂକ୍ରମଣରୁ ରକ୍ଷା ପାଇବେ ବୋଲି ପରାମର୍ଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.