୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଆଜି ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ପୁଣି ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଆଜି ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି  ଗଞ୍ଜାମର ୨୭୨, ଖୋର୍ଦ୍ଧାର ୨୩୧, କଟକର ୧୬୬, ରାୟଗଡାର ୯୩,ସୁନ୍ଦରଗଡର ୮୯, ପୁରୀର ୮୦, କଳାହାଣ୍ଡିର ୭୭, ବାଲେଶ୍ବରର ୬୧, ନୟାଗଡର ୫୬, ଗଜପତିର ୫୪, ସମ୍ବଲପୁରର ୫୪, ଯାଜପୁରର ୫୨, କୋରାପୁଟର ୪୬, ଭଦ୍ରକର ୨୬, କନ୍ଧମାଳର ୨୬ ଜଣ ସୁସ୍ଥ ହୋଇଛନ୍ତି।

ସେହିଭଳି ମାଲକାନଗିରିର ୨୨, କେନ୍ଦୁଝରର ୧୯,ଜଗତସିଂହପୁରର ୧୬, ଅନୁଗୁଳର ୧୩, ବଲାଙ୍ଗିରର ୧୩, କେନ୍ଦ୍ରାପଡାର ୧୩, ବରଗଡର ୧୦, ଝାରସୁଗୁଡାର ୧୦, ସୋନପୁରର ୯, ମୟୂରଭଞ୍ଜର ୬, ବୌଦ୍ଧର ୫,ନବରଙ୍ଗପୁରର ୨ ଜଣ କରୋନାରୂ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ୪୦୭୨୬ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା ।

 

Leave A Reply

Your email address will not be published.