Below header

ଧୋନିଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ସୁରେଶ ରୈନା

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଆଜି ଅବସର ଘୋଷଣା କରିଛନ୍ତି ଅଲ୍‌ରାଉଣ୍ଡର କ୍ରିକେଟ୍‌ର ସୁରେଶ ରୈନା । ଧୋନିଙ୍କ ଅବସର ଘୋଷଣାର ପ୍ରାୟ ଘଣ୍ଟାଏ ପରେ ରୈନା ନିଜ ଇନ୍‌ଷ୍ଟାଗ୍ରାମ ଜରିଆରେ ତାଙ୍କର ଅବସର ଘୋଷଣା କରିଛନ୍ତି । କ୍ରିକେଟ୍‌ରୁ ଅବସର ଘୋଷଣା ସମୟରେ ଧୋନିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ‘ଆପଣଙ୍କ ସହ ଖେଳିବା ଏକ ଆନନ୍ଦଦାୟକ ମୁହୁର୍ତ୍ତ ଥିଲା ।

ଏଥିପାଇଁ ମୁଁ ଗର୍ବିତ । ଆପଣଙ୍କ ଏହି ଅବସର ଗ୍ରହଣ ଯାତ୍ରାରେ ମୁଁ ମଧ୍ୟ ସାମିଲ । ଧନ୍ୟବାଦ ଭାରତ, ଜୟ ହିନ୍ଦ’ ବୋଲି ଲେଖିଛନ୍ତି ରୈନା । ୟୁଏଇରେ ହେବାକୁ ଥିବା ଆଇପିଏଲ୍‌ ୨୦୨୦ ରେ ଯୋଗ ଦେବା ପାଇଁ ଉଭୟ ଖେଳାଳି ଚେନ୍ନାଇ କ୍ୟାମ୍ପ୍‌ରେ ଟ୍ରେନିଂରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.