Below header

ସୁଶାନ୍ତ ସିଂହ ରାଜପୁତଙ୍କୁ କାଲିଫୋର୍ଣ୍ଣିୟା ଷ୍ଟେଟ୍‌ ଅସେମ୍ବ୍‌ଲିରୁ ମିଳିଲା ସମ୍ମାନ, ଭଉଣୀ ସେୟାର କଲେ ଫଟୋ

ନୂଆଦିଲ୍ଲୀ : ଦିବଂଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ତାଙ୍କର ଫିଲ୍ମରେ ଯୋଗଦାନ ପାଇଁ କାଲିଫୋର୍ଣ୍ଣିୟା ଷ୍ଟେଟ୍‌ ଅସେମ୍ବ୍‌ଲି ବିଶେଷ ସମ୍ମାନ ପ୍ରଦାନ କରିଛନ୍ତି । ସୁଶାନ୍ତଙ୍କ ଆମେରିକାରେ ଥିବା ଭଉଣୀ ଶ୍ୱେତା ସିଂହ ଏହି ସମ୍ମାନ ଗ୍ରହଣ କରିବା ସହ ଏହାର ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ।

ଶ୍ୱେତା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ‘ଭାରତର ସ୍ୱତନ୍ତ୍ରତା ଦିବସ ଅବସରରେ ମୋର ଭାଇଙ୍କୁ ସମାଜରେ ତାଙ୍କର ଅବଦାନ ପାଇଁ କାଲିଫୋର୍ଣ୍ଣିୟା ସମ୍ମାନ ଦେଇଛି । କାଲିଫୋର୍ଣ୍ଣିୟା ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ । କାଲିଫୋର୍ଣ୍ଣିୟା ଆମ ସହିତ ଅଛି ଆଉ ଆପଣ..’ ଏପରି ଲେଖି ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ।

ପ୍ରମାଣପତ୍ରରେ କୁହାଯାଇଛି ଯେ ସୁଶାନ୍ତଙ୍କୁ ତାଙ୍କର ବଲିଉଡ୍‌ ଫିଲ୍ମରେ ଯୋଗଦାନ ଓ ସାମଗ୍ରୀକ କୃତି ସହ ଭାରତର ସମୃଦ୍ଧ ସଂସ୍କୃତିର ଉତ୍ଧାନରେ ତାଙ୍କର ସହଯୋଗ ପାଇଁ ଏହି ବିଶେଷ ସମ୍ମାନ ପ୍ରଦାନ କରାଯାଇଛି । ପ୍ରକାଶଯୋଗ୍ୟ, ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଭାରତ ବାହାରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ପକ୍ଷରୁ ସମବେଦନା  ଦେଖିବାକୁ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.