ଆଶ୍ୱସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ, ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୭ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୭ ଜଣ । ସୁନ୍ଦରଗଡରୁ ୭ଜଣ, ଖୋର୍ଦ୍ଧାରୁ ୫ଜଣ, ଭଦ୍ରକରୁ ୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଆଜି ବାଲେଶ୍ୱର ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ଦୁଇ ଜଣ । ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହାପରେ ସମସ୍ତ ୧୭ ଜଣଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରାଯାଉଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୫ ଜଣ ଆରୋଗ୍ୟ ଲାଭ କଲେଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୯୧ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ତିନି ଜଣଙ୍କର ମୃତ୍ୟୁ ହୋଇଛି ।

କହିରଖୁଛୁ   ଆଜି ସକାଳେ  ରାଜ୍ଯରେ ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ରାଜ୍ଯରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ହୋଇଛି  । ତେବେ ଏହି ଆକ୍ରାନ୍ତଙ୍କ ଭିତରୁ ୧୨ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ, କେନ୍ଦ୍ରାପଡା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ସୁନ୍ଦରଗଡ଼ରେ ୧୫ ଓ କେନ୍ଦ୍ରାପଡ଼ାରେ ୯ଜଣ ପଜିଟିଭ୍‌ ରହିଛନ୍ତି। ରାଜ୍ୟରେ ମୋଟ ୩୨୦ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌।

health

ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବଢି ଚାଲିଥିବାବେଳେ ଗଞ୍ଜାମ, ବାଲେଶ୍ୱର ଓ ଅନୁଗୁଳ ଜିଲ୍ଲାକୁ ନେଇ ଚିନ୍ତା ବଢିଛି । ମାତ୍ର ୪ ଦିନ ଭିତରେ ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଗତକାଲି କରୋନା ମାନଚିତ୍ରରେ ନୂଆ ଜିଲ୍ଲା ଭାବେ ଯୋଡି ହୋଇଛି ଅନୁଗୁଳ । ଅନୁଗୁଳରେ ଏକାଥରେ ୧୩ଟି ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ପରେ ଆଉ ୨ ଜଣ ଆକ୍ରାନ୍ତ ହୋଇଥିଲେ । ଗୋଟିଏ ଦିନରେ ଶୂନରୁ ଏକାଥରେ ୧୫ ଆକ୍ରାନ୍ତ ବାହାରିବାରେ ଅନୁଗୁଳ ପ୍ରଥମ ଜିଲ୍ଲା ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.