Below header

ପାରାଦ୍ୱୀପ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ମାଛ, ମାଛର ଦାମ ୨୫ ଲକ୍ଷ ଟଙ୍କା

ପାରାଦ୍ୱୀପ ସମୁଦ୍ରରୁ ଧରାପଡିଛି ୧୭ ଟି ବିରଳ ତେଲିଆ ବୋରେହି ମାଛ । ଏହି ବିରଳ ୧୭ ଟି ମାଛଙ୍କର ମୂଲ୍ୟ ୨୫ ଲକ୍ଷ ଟଙ୍କା । ସମୁଦ୍ର କୂଳ ଠାରୁ ୨୦ ଫାଦାନ ଦୂରରେ ଧରାପଡିଛି ଏହି ବିରଳ ତେଲିଆ ବୋରେହି ମାଛ । ଏହି ମତ୍ସ୍ୟଜୀବୀମାନେ ସମୁଦାୟ ୧୭ ଟି ମାଛ ଧରିଥିଲେ ଯାହାର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ବୋଲି ଜଣାପଡିଛି ।

ପାରାଦ୍ୱୀପ ସମୁଦ୍ରରୁ ଧରାପଡିଛି ୧୭ ଟି ବିରଳ ତେଲିଆ ବୋରେହି ମାଛ । ଏହି ବିରଳ ୧୭ ଟି ମାଛଙ୍କର ମୂଲ୍ୟ ୨୫ ଲକ୍ଷ ଟଙ୍କା । ସମୁଦ୍ର କୂଳ ଠାରୁ ୨୦ ଫାଦାନ ଦୂରରେ ଧରାପଡିଛି ଏହି ବିରଳ ତେଲିଆ ବୋରେହି ମାଛ । ଏହି ମତ୍ସ୍ୟଜୀବୀମାନେ ସମୁଦାୟ ୧୭ ଟି ମାଛ ଧରିଥିଲେ ଯାହାର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ବୋଲି ଜଣାପଡିଛି । ବର୍ତ୍ତମାନ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସମୟ ଯୋଗୁଁ ଏବେ ସମୁଦ୍ର କୂଳଠାରୁ ୨୦ ଫାଦାନ ମଧ୍ୟରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି । ତେଣୁ ବୋଟ ଗୁଡିକ ଗଭୀର ସମୁଦ୍ର ମଝିରେ ମାଛ ଧରୁଛନ୍ତି ।

ନେହେରୁବଙ୍ଗଳା ମାଛ ଧରା ବନ୍ଦରରୁ ଯାଇଥିବା ଏକ ବୋଟ ମାଛ ଧରୁଥିବା ବେଳେ ଜାଲରେ ଫସି ଯାଇଥିଲେ ଏହି ବିରଳ ମାଛଗୁଡିକ । ଏହି ମାଛର ଅନ୍ତନଳୀ ମେଡିସିନ ପାଇଁ ବ୍ୟବହାର ହେଉଥିବାରୁ ଏହାର ଦର ଏତେ ଅଧିକ ବୋଲି ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ ଏହି ପ୍ରଜାତିର ମାଛରୁ ମେଡ଼ିସିନ ପ୍ରସ୍ତୁତ ହୋଇଥାଏ ଯାହା ବିଦେଶକୁ ମଧ୍ୟ ପଠାଯାଏ । ଗତକାଲି ରାତିରେ ବୋଟଟି ପାରାଦ୍ବୀପ ରେ ପହଞ୍ଚିବା ପରେ ମାଛ ଗୁଡିକୁ ନେହେରୁବଙ୍ଗଳାରୁ ଅଠରବାଙ୍କି ବାଲି ପ୍ଲଟ ଅଣାଯାଇ ନିଲାମ କରାଯାଇଥିଲା ।

କଲିକତାର ଏକ ମାଛ ବ୍ୟବସାୟୀ ଏହି ୧୭ ଟି ଯାକ ମାଛକୁ ୨୫ ଲକ୍ଷ ଟଙ୍କାରେ ନିଲାମ ଧରିଛନ୍ତି । ମାଛ ଗୁଡ଼ିକୁ ବର୍ତ୍ତମାନ ବରଫ ଦିଆଯାଇ ରଖାଯାଇଛି । ମାଛର ଅନ୍ତକୁ କାଢି ପ୍ୟାକିଂ କରାଯାଇ ମେଡିସିନ ଲାବ୍ରୋଟୋରୀକୁ ପଠାଯିବ ଏବଂ ମାଛକୁ କଲିକତା ବଜାରରେ ବିକ୍ରୟ କରାଯିବ ବୋଲି ସୂଚନା ମିଳିଛି । ଏହି ୧୭ ଟି ମାଛ ଏକ ବିରଳ ପ୍ରଜାତିର ସେଥିପାଇଁ ଏହା ଏତେ ମୂଲ୍ୟବାନ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.